ପ୍ରଶାନ୍ତ ନନ୍ଦଙ୍କ ୨ଟି ସନେମାରେ ସିଦ୍ଧାନ୍ତ-ଅନୁ

ଓଡ଼ିଆ ସିନେମା ଜଗତର ଖ୍ୟାତନାମା ଅଲରାଉଣ୍ଡର ପ୍ରଶାନ୍ତ ନନ୍ଦ। ସେ ଉଭୟ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି । ସେହିପରି ଓଲିଉଡ୍‌ର ୨ ଲୋକପ୍ରିୟ ନାୟକ-ନାୟିକା ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଏହି ହିଟ୍‌ ଯୋଡି ସୋ’ମ୍ୟାନ୍‌ ପ୍ରଶାନ୍ତଙ୍କ ୨ଟି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।

ଏହି ଯୋଡିଙ୍କ ଦ୍ୱାରା ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଲା ଓମ୍‌ ଶାନ୍ତି ଓମ୍‌ । ୨୦୦୪ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ସଦ୍ଧାନ୍ତ ଓ ଅନୁଙ୍କ ବ୍ୟତୀତ ମିହିର ଦାସ, ଦୁର୍ଗା ଆଚାର୍ଯ୍ୟ, ଇଲୁ ବାନାର୍ଜୀ, ଦୀପକ, ଲିପି ପ୍ରମୁଖ ଅଭିନୟ କରିଥିଲେ । ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ । ଅନ୍ୟ ଯେଉଁ ଚଳଚ୍ଚିତ୍ର କଥା କୁହାଯାଉଛି ସେଇଟି ହେଉଛି ୨୦୦୭ରେ ମୁକ୍ତିଲାଭ କରିଥିବା କାଳୀଶଙ୍କର । ଏହି ମଲ୍‌ଟି ଷ୍ଟାରର ଛବିରେ ୩ଟି ଯୋଡି ଦେଖିବାକୁ ମିଳିଥିଲେ । ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ଓ ଅନୁଭବ । ଇଣ୍ଟର୍ଣ୍ଣ ମୁଭିଜ୍‌ ବ୍ୟାନ୍‌ରରେ ନିର୍ମିତ ଏହି ସିନେମାରେ ବିଜୟ ମହାନ୍ତି, ଅନୁଭବ, ସ୍ୱସ୍ତିକା, ଅରିନ୍ଦମ, ମେଘନା, କୁନା ତ୍ରିପାଠୀ ଓ ଆଶିଷ ବିଦ୍ୟାର୍ଥୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଫିଲ୍ମର କାହାଣୀ ଚିତ୍ରନାଟ୍ୟ ଓ ସଂଳ୍ପାପ ଦାୟିତ୍ୱ ତୁଲାଇଛନ୍ତି ପ୍ରଶାନ୍ତ ନନ୍ଦ ।

ସମ୍ବନ୍ଧିତ ଖବର