ଆସନ୍ତାକାଲି ପତି-ପତ୍ନୀ ହେବେ ସିଦ୍ଧାର୍ଥ ଓ କିଆରା; ଜାଣନ୍ତି କି ଦୁହିଁଙ୍କ ମଧ୍ୟରୁ କାହା ନିକଟରେ ଅଛି ଅଧିକ ଧନ?
ମୁମ୍ବାଇ: ବଲିଉଡ୍ରେ ଖୁବ୍ କମ୍ ସମୟରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍ଭାନୀ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ଏହି ଯୋଡ଼ି ରୋଜଗାର କ୍ଷେତ୍ରରେ ବି ଢେର୍ ଆଗରେ। ସିଦ୍ଧାର୍ଥ ଓ କିଆରାଙ୍କ ନିକଟରେ ବିଳାସମୟ ଘର, ଗାଡ଼ି ଓ କୋଟି କୋଟି ଟଙ୍କାର ସଂପତ୍ତି ରହିଛି। ତେବେ ଆପଣ ଜାଣନ୍ତି କି ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଅଧିକ ଧନୀ?
କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍’ରୁ ବଲିଉଡ୍ରେ ପ୍ରବେଶ କରି ସିଦ୍ଧାର୍ଥଙ୍କ ପାଖରେ ଥିବା ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ହେବ। ସେହିପରି କିଆରାଙ୍କ ସମସ୍ତ ସଂପତ୍ତିର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ସିଦ୍ଧାର୍ଥ ଗୋଟାଏ ଫିଲ୍ମ କରିବାକୁ ପ୍ରାୟ ୬-୭ କୋଟି ଟଙ୍କା ନେଉଥିବା ବେଳେ କିଆରା ନେଇଥାନ୍ତି ୪-୫ କୋଟି ଟଙ୍କା। କେବଳ ଫିଲ୍ମରୁ ନୁହଁ। ଏହି ଦୁଇ ସେଲିବ୍ରେଟି ଅନ୍ୟ ଉପାୟରେ ବି ଅର୍ଥ ଉପାର୍ଜନ କରିଥାନ୍ତି।
ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ ବୋଲି ଆମେ ସମସ୍ତେ ଆଗରୁ ଜାଣିଥିଲେ। ହେଲେ ଗତକାଲି ଜାଣିବାକୁ ମିଳିଥିଲା ଯେ ୭ ତାରିଖରେ ଏହି ବିବାହ ହେବ ବୋଲି। ଆହୁରି ବି ଜାଣିବାକୁ ମିଳିଛି ଯେ ବିବାହ ଦିନ ହିଁ ଏହି ଯୋଡ଼ି ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟିର ଆୟୋଜନ କରିଛନ୍ତି।