ମୁମ୍ବାଇ: ଆପଣ ଜାଣନ୍ତି ଯେ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବହୁ ପ୍ରତୀକ୍ଷିତ ଯୋଡ଼ି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍ଭାନୀ। ଆଜି ସେମାନଙ୍କ ବିବାହ ହେବ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲେ ବି ବାସ୍ତବରେ ସେମାନଙ୍କ ବିବାହ ଆସନ୍ତାକାଲି ହେବାକୁ ଯାଉଛି। ଏବେ ସେମାନଙ୍କ ବିବାହକୁ ନେଇ ନୂଆ ନୂଆ ଖବର ହସ୍ତଗତ ହେବାକୁ ଲାଗିଛି।
ବିବାହ ପୂର୍ବରୁ ବଲିଉଡ୍ ସେଲିବ୍ରେଟିମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ହନିମୁନ୍ ଯୋଜନା କରିଥାନ୍ତି। ମାତ୍ର ଜାଣିବାକୁ ମିଳିଛି ଯେ ସିଦ୍ଧାର୍ଥ ଓ କିଆରା ବିବାହ ପରେ ପରେ ହନିମୁନ୍ ଯାଇପାରିବେ ନାହିଁ। ଏବେ ତାହାର କାରଣ ସାମ୍ନାକୁ ଆସିଛି।
ଚର୍ଚ୍ଚା ହେଉଛି କି ବିବାହ ପରେ ପରେ ଦୁଇ ପରିବାର ପକ୍ଷରୁ ଅନେକ ରୀତିନୀତି ପାଳକ କରିବାକୁ ରହିଛି। ବିବାହ ପରେ ଦୁହେଁ ସେହି ରୀତି ସବୁ ପୂରା କରିବେ। ତା’ପରେ ସିଦ୍ଧାର୍ଥ ପୂର୍ବରୁ ଅଭିନୟ ନେଇ କରିଥିବା କିଛି ଚୁକ୍ତି ପୂରା କରିବେ। ସିଦ୍ଧାର୍ଥ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ୱେବ୍ ସିରିଜ୍ ଇଣ୍ଡିଆନ୍ ପୁଲିସ୍ ଫୋର୍ସରେ କାମ କରୁଛନ୍ତି। ଅନ୍ୟପଟରେ କିଆରାଙ୍କର ବି କିଛି ଅଧୁରା ପ୍ରକଳ୍ପ ରହିଛି। କାମରୁ ମୁକୁଳିବା ପରେ ଯାଇ ଦୁହେଁ ହନିମୁନ୍ରେ ଯିବେ ବୋଲି ସୂଚନା ରହିଛି।
ବଲିଉଡ୍ରେ ଖୁବ୍ କମ୍ ସମୟରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ବିବାହକୁ ପୂରା ଦେଶ ଅପେକ୍ଷା କରି ରହିଛି।