କୃଷ୍ଣା ଅଭିଷେକଙ୍କ ପରେ କପିଲଙ୍କ ସାଥ୍ ଛାଡ଼ିଲେ ଏହି ହାସ୍ୟ ଅଭିନେତା

ମୁମ୍ବାଇ: ‘କପିଲ ଶର୍ମା ସୋ’ ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। ଏହି ସୋ’ ଭାରତର ୧ନଂ କମେଡି ସୋ’ ହୋଇଥିବା ବେଳେ ଅନେକ କଳାକାର ଏଠାକୁ ନିଜ ଫିଲ୍ମର ପ୍ରମୋସନ କରିବାକୁ ଆସୁଥିବା ଦେଖାଯାଇଥାଏ। ତେବେ ଲୋକପ୍ରିୟ ଥିବା ଏହି ସୋ’ ସହ ଜଡ଼ିତ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ହାସ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ପରେ ଏବେ ହାସ୍ୟ ଅଭିନେତା ସିଦ୍ଧାର୍ଥ ସାଗର କପିଲଙ୍କ ସାଥ୍ ଛାଡ଼ିଥିବା ଚର୍ଚ୍ଚା ହେଉଛି ।

‘ଦି କପିଲ ଶର୍ମା ସୋ’ର ନୂଆ ସିଜିନରେ ଅନେକ ନୂଆ କଳାକାରଙ୍କ ପ୍ରବେଶ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ସାଗର ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି କମେଡି ସୋ’ରେ ସିଦ୍ଧାର୍ଥ ସାଗର ‘ସେଲଫି ମାଉସୀ’ ଏବଂ ‘ଉସ୍ତାଦ୍ ଘରଚୋରଦାସ’ ଭଳି ଅନେକ ଭୂମିକାରେ ଆସି ଦର୍ଶକଙ୍କୁ ହସାଉଥିବାର ଦେଖିବାକୁ ମିଳିଥିଲା। ହେଲେ ଏବେ ସେ ସୋ’ ଛାଡୁଥିବାର ଖବର ସାମ୍ନାକୁ ଆସୁଛି। ଇଟିଏମ୍ସର ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ସାଗର ‘ଦି କପିଲ ଶର୍ମା ସୋ’ରୁ ବିଦାୟ ନେଇଛନ୍ତି।

After Krushna Abhishek, Sidharth Sagar quits The Kapil Sharma Show? | Masala News – India TV
indiatvnews

କୁହାଯାଉଛି ଯେ ସିଦ୍ଧାର୍ଥ ସାଗର ତାଙ୍କ ପାରିଶ୍ରମିକ ବଢ଼ାଇବାକୁ ଚାହୁଁଥିଲେ, କିନ୍ତୁ ନିର୍ମାତା ଏଥିରେ ରାଜି ହୋଇନଥିଲେ। ଯେଉଁଥିପାଇଁ ସେ ସୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ‘ଦି କପିଲ ଶର୍ମା ସୋ’ ମିଳିବା ପରେ ସିଦ୍ଧାର୍ଥ ଦିଲ୍ଲୀରୁ ମୁମ୍ବାଇକୁ ଆସିଥିଲେ। ହେଲେ ଏବେ ସୋ’ ଛାଡ଼ିବା ପରେ ସେ ପୁଣି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ ଏହି ଖବର ଉପରେ ସିଦ୍ଧାର୍ଥ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧିତ ଖବର