ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସୁପରଷ୍ଟାର ତଥା ବିଗ୍ ବସ୍ ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁ ‌ହୋଇ ଯାଇଥିଲା। ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।  ସିଦ୍ଧାର୍ଥ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଏଦୁନିଆ ଛାଡ଼ି ଚାଲି ଯାଇଥିବା ବେଳେ ତାଙ୍କ ଫ୍ୟାନ୍ସଙ୍କ ମନରେ ସେ ଆଜି ବି ଜୀବିତ ଅଛନ୍ତି।

Advertisment

ଏଭଳି ପରିସ୍ଥିତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସିଦକୁ ମନେ ପକାଇଛନ୍ତି। ଅବିକଳ ହେଉ ପଛେ ତାଙ୍କ ସିଦ ଫେରି ଆସିଥିବା ସେମାନେ ଅନୁଭବ କରିଛନ୍ତି।

୨୦୨୧ ମସିହାରେ ହୃଦଘାତ ହେତୁ ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକ ଏବଂ ପରିବାରକୁ ଶକ୍ତ ଧକ୍କା ଦେଇଥିଲା। ଏହି କ୍ରମରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଜଣେ ବଡ଼ ପ୍ରଶଂସକ ଅଭିନେତାଙ୍କ ଭଳି ଅଭିନୟ ଓ ସଂଳାପ କହି ଲୋକମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଚନ୍ଦନ। ଚନ୍ଦନଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ଲାଗୁଛି ଯେମିତି ସିଦ ଅଫେରା ରାଇଜରୁ ଫେରି ଆସିଛନ୍ତି।

ତେବେ ଚନ୍ଦନ ସିଦଙ୍କ ଅବିକଳ ହୋଇଥିଲେ ବି ଲୋକେ ତାଙ୍କୁ ଦେଖି ବେଶ ଖୁସି ହୋଇଯାଇଛନ୍ତି। ଅଭିନେତାଙ୍କୁ ହରେଇ ମନରେ ଥିବା କଷ୍ଟ କିଛିମାତ୍ରାରେ ଚନ୍ଦନ ଦୂରେଇ ଦେଇଥିବା ନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି।