ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏଭଳି କଥା କହିଲେ ଅଭିନେତାଙ୍କ ମା’

ନୂଆଦିଲ୍ଲୀ: ବିଗ ବସ୍-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଆଜିଯାଏଁ ବି କେ‌ହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଗତ ସେ‌ପ୍ଟେମ୍ବର ୬ ତାରିଖରେ ସିଦ୍ଧାର୍ଥଙ୍କ ପାଇଁ ଜୁମରେ ଅନଲାଇନ ପ୍ରାର୍ଥନା ସଭ‌ା ରଖା ଯାଇଥିଲା। ଏହି ପ୍ରାର୍ଥନା ସଭାକୁ ବ୍ରହ୍ମକୁମାରୀ ସିଷ୍ଟର୍ସ ଦ୍ବାରା ଆୟୋଜିତ କରାଯାଇଥିଲା।

ବ୍ରହ୍ମକୁମାରୀ ସିଷ୍ଟର୍ସ କହିଛନ୍ତି କି, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଅଭିନେତାଙ୍କ ମା’ କ’ଣ କହିଥିଲେ।

ବିଗବସ-୧୩ର ପ୍ରତିଯୋଗୀ ତଥା ସିଦ୍ଧାର୍ଥଙ୍କ ସାଙ୍ଗ ପାରସ ଛାବଡ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ରହ୍ମକୁମାରୀ ସିଷ୍ଟର ଶିବାନୀଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଶିବାନୀ ଏହି ଭିଡିଓରେ କହୁଛନ୍ତି କି, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କର ମା’ ବହୁତ ‌ଧୌର୍ଯ୍ୟର ସହ ଫୋନ କରି କହିଥିଲେ ଓମ ଶାନ୍ତି। ସେହି ଓମ ଶାନ୍ତିରେ ଏତେ ସ୍ଥିରତା ଥିଲା, ଏତେ ଶକ୍ତି ଥିଲା । ମୁଁ ଭାବିଲି ଭଗବାନ ଏହା କିପ୍ରକାର ଶକ୍ତି, ଯାହାକି ଏହି ମା’ଙ୍କ ମୁଖ ଦ୍ବାରା କୁହାଯାଉଛି।

 

 

View this post on Instagram

 

A post shared by Paras Chhabra™ (@parasvchhabrra)

ଶିବାନୀ କହୁଛନ୍ତି, ମୁଁ ପୁଣି ତାଙ୍କୁ ପଚାରୁଛି ଆପଣ ଠିକ ଅଛନ୍ତି। ସେ କହିଥିଲେ ମୋ ପାଖରେ ପରତ୍ମାଙ୍କ ଶକ୍ତି ରହିଛି, ଏକ ମହାନ ଆତ୍ମ ଅଛି। ମୋର କେବଳ ଗୋଟିଏ ସଂକଳ୍ପ ସେ ଯେଉଁଠିକୁ ଯିବ ଖୁସିରେ ରହିବ।

ପାରସ ଛାବଡ଼ା‌ ଶିବାନୀଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ‘ରୀତା ଆଣ୍ଟି ଆପଣଙ୍କୁ ଆହୁରି ଶକ୍ତି ମିଳୁ। ଆପଣଙ୍କ ବିଷୟରେ ଏଭଳି କଥା ଶୁଣି ମୋତେ କିଛି ଶକ୍ତି ମିଳିଛି। ଏହି ସୁନ୍ଦର ସତସଙ୍ଗ ପାଇଁ ଧନ୍ୟବାଦ।

ସମ୍ବନ୍ଧିତ ଖବର