ଅମୃତସର: ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି। ଏବେ ତାହା ସତ ହୋଇଛି। ଏବେ ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ ତାଙ୍କ ପତ୍ନୀ ଚରଣ କୌର ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ୫୮ ବର୍ଷ ବୟସରେ ପୁଣି ଥରେ ଜନନୀ ହୋଇଥିବା ନେଇ ସୂଚନା ଦେଇଛନ୍ତି।
୨୦୨୨ରେ ସିଦ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସିଦ୍ଧୁ ଏହି ଦମ୍ପତିଙ୍କ ଏକମାତ୍ର ସନ୍ତାନ ଥିଲେ। ସିଦ୍ଧୁଙ୍କ ମୃତ୍ୟୁ ପରେ ବଂଶ ଶୂନ୍ୟ ହୋଇଯିବାରୁ ଦମ୍ପତି ଆଉ ଏକ ପିଲା ପାଇଁ ଚେଷ୍ଟା କରିଥିଲେ। ଏବେ ଏକ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ ଜରିଆରେ ଏବୟସରେ ବାପାମାଆ ବନି ପାରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଦିବଗଂତ ସିଦ୍ଧୁଙ୍କ ବାପା। ସେମାନେ ଏକ ପୁତ୍ର ସନ୍ତାନର ବାପାମାଆ ବନିବା ପରେ ସିଦ୍ଧୁଙ୍କ ଅଭାବ କିଛି ମାତ୍ରାରେ ପୂରା ହୋଇଛି ବୋଲି କହିଛନ୍ତି।
ତେବେ ସିଦ୍ଧୁଙ୍କ ସାନ ଭାଇ ଜନ୍ମ ନେଉ ନେଉ କେତେ କୋଟିର ମାଲିକ ହୋଇଛନ୍ତି, ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମ ମୁତାବକ, ସିଦ୍ଧୁ ମୁସେୱାଲା ୧୧୬କୋଟିର ମାଲିକ ଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସାନ ଭାଇ ୧୧୬କୋଟିର ମାଲିକ ହୋଇଛନ୍ତି।