ମୁମ୍ବାଇ: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ସିକନ୍ଦର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି। ସଲମାନ ଖାନ କିଛି ମାସର ବ୍ୟବଧାନ ପରେ 'ସିକନ୍ଦର' ସହିତ ବଡ଼ ପରଦାକୁ ଫେରିବେ। ଆଜି ଫିଲ୍ମର ଟିଜର୍ ରିଲିଜ୍ କରାଯାଇଛି। ଫିଲ୍ମଟି ଚଳିତ ବର୍ଷ ଇଦରେ ରିଲିଜ୍ ହେବ। ଏହା ସହ ଫିଲ୍ମ ରିଲିଜ୍ ହେବା ପୂର୍ବରୁ, ନିର୍ମାତା 'ସିକନ୍ଦର'ରେ ସଲମାନ ଖାନଙ୍କର ଥିବା ନୂଆ ଆକ୍ସନର ଝଲକ ଦେଖାଇଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇଛି।
ଏହା ପୂର୍ବରୁ ଫେବ୍ରୁଆରି ୧୮ରେ ଫିଲ୍ମର ପୋଷ୍ଟର ରିଲିଜ୍ ସହିତ ଫେବ୍ରୁଆରି ୨୭ ତାରିଖରେ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା। ଆଜି ଟିଜର୍ ରିଲିଜ୍ କରି ନିର୍ମାତା ସଲମାନଙ୍କ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଛନ୍ତି।
ଟିଜରରେ ସଲମାନଙ୍କ କିଛି ମନଛୁଆଁ ସଂଳାପ ରହିଥିବା ବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଝଲକ ଦେଖିବାକୁ ମିଳିଛି। କେଇ ସେକେଣ୍ଡର ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/27/rBcZxClfdzo6BkJyguCh.jpg)