ସୋସିଆଲ ମିଡିଆ ଜରିଆରେ କାମ ମାଗିଲେ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର

ବମ୍ବେ: ବଲିଉଡ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର ସୋସିଆଲ ମିଡିଆ ଜରିଆରେ ସାହାଯ୍ୟ ମାଗିଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କାମ ମାଗିଥିବା ଜଣାପଡ଼ିଛି। ଏହି ପୋଷ୍ଟ ଦେଖି ଅନୁମାନ କରାଯାଉଛି କି ଅନୁପମ ଖେରଙ୍କ ପୁଅ ସିକନ୍ଦରଙ୍କ ପାଖରେ କାମ ନାହିଁ। ତାଙ୍କୁ କାମ ଦରକାର ପଡ଼ିଛି।

ସିକନ୍ଦର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୋତେ କାମ ଆବଶ୍ୟକ। ମୁଁ ହସି ବି ପାରେ।’

ଏହି ଫଟୋରେ ସିକନ୍ଦର ଦୁଃଖୀ ଥିବା ଦେଖିବାକୁ ମିଳୁଛି। ଅଭିନେତାଙ୍କ ମଥାରେ ଝାଳ ଭରି ଯାଇଥିବା ବେଳେ ସେ ହସୁ ନ ଥିବା ବି ଏହି ପୋଷ୍ଟରେ ଦେଖିବାକୁ ମିଳୁଛି। ନିକଟରେ ସିକନ୍ଦର ଖେରଙ୍କୁ ଡିଜନି ପ୍ଲସ୍ ହଟ୍ ଷ୍ଟାରର ୱେବ୍ ସିରିଜ୍ ‘ଆର୍ଯ୍ୟ’ରେ ଦେଖିବାକୁ ମିଳିଥିଲା |

 

ସିକନ୍ଦରଙ୍କ ଏହି ପୋଷ୍ଟକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସାର୍, ମୁଁ ଯେତେ ଜାଣିଛି, ଅମିତାଭ ବଚ୍ଚନଙ୍କ ପରେ ଆପଣ ସବୁଠାରୁ ବ୍ୟସ୍ତ ଅଭିନେତା’। ବ୍ୟବହାରକାରୀଙ୍କ ଏହି ପ୍ରତିକ୍ରିୟାକୁ ଦେଖି ସିକନ୍ଦର କହିଥିଲେ, ‘ସାର୍, ଆପଣ ଚାହୁଁଛନ୍ତି କି ମୁଁ ହାଣ୍ଡିଏ ପାଣିରେ ବୁଡ଼ି ମରେ?’

ସମ୍ବନ୍ଧିତ ଖବର