ମୁମ୍ବାଇର ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

ଭୁବନେଶ୍ୱର: ସ୍ୱଚ୍ଛଭାରତର ଉଦ୍ଦେଶ୍ୟ ନେଇ ୭ଟି ରାଜ୍ୟରେ ପହଞ୍ଚି ବାର୍ତ୍ତା ଦେଇଛନ୍ତି ଓଡିଆ ପୁଅ ମୋହନ ମହାପାତ୍ର । ନିଜର ଏହି ମହତକାର୍ଯ୍ୟ ପାଇଁ ମୋହନଙ୍କୁ ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ପ୍ରଂଶସା କରିବା ସହ ମୋହନଙ୍କୁ ବିଭିନ୍ନ ସମ୍ମାନ ମିଳିିଛି ।ଏବେ ତାଙ୍କର ଜୀବନୀକୁ ନେଇ ନିର୍ଦ୍ଦେଶକ ଅବିନାଶ ନନ୍ଦ ପ୍ରସ୍ତୁତ କରୁଛନ୍ତି ଫିଲ୍ମ ‘ସିଲଭରଗାନ୍ଧୀ’ । ସାରାଦେଶରେ ସ୍ୱଚ୍ଛଭାରତ ବାର୍ତ୍ତା ବାଣ୍ଟି ଓଡିଆ ପୁଅ ମୋହନ ମହାପାତ୍ର ଚର୍ଚ୍ଚାରେ ରହିସାରିଛନ୍ତି ।

ଏଥିପାଇଁ ସେ କୌଣସି ଯାନବାହନର ସହାୟତା ନନେଇ କେବଳ ପଦଯାତ୍ରା କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ । ତାଙ୍କର ଏହି ମହତକାର୍ଯ୍ୟରେ ନିର୍ଦ୍ଦେଶକ ଅବିନାଶ ନନ୍ଦ ଅନୁପ୍ରାଣିତ ହୋଇଛନ୍ତି । ବଲିଉଡରେ ଓ ଆଡ ଫିଲ୍ମରେ ପ୍ରତିଷ୍ଠିତ ନିର୍ଦେଶକ ଅବିନାଶ ମୁମ୍ବାଇରେ ରହୁଥିଲେ ସୁଦ୍ଧା ସେ ମାଟି ସହ ଜଡିତ । ତେଣୁ ମୋହନଙ୍କ ଅଭିଯାନରେ ସେ ଅନୁପ୍ରାଣୀତ ହୋଇ ୱେବ ଫିଲ୍ମ ‘ସିଲଭର ଗାନ୍ଧୀ’ ନିର୍ମାଣ କରୁଛନ୍ତି । ଏବେ ଭୁବନେଶ୍ୱର ଓ କଟକରେ ଚାଲିଛି ଫିଲ୍ମର ସୁଟିଂ ।

ଆଗକୁ ଦିଲ୍ଲୀରେ ଆଉ କିଛି ଭାଗର ସୁଟିଂ ହେବ । ସିଲଭର ଗାନ୍ଧୀ ଭୁମିକାରେ ଛୋଟପରଦାର ଜଣାଶୁଣା ଲୋକପ୍ରିୟ ଚେହେରା ହିତେନ ତେଜୱାନୀଙ୍କ ଅଭିନୟ ରହିଛି । ହିତେନ ତେଜୱାନୀଙ୍କ ବିପକ୍ଷରେ ଅନନ୍ୟା ସିଂ ଗୁୁପ୍ତା ଫିମେଲ ଲିଡରେ ଅଭିନୟ କରିଛନ୍ତି । ପୂର୍ବରୁ ଅନେକ ବିଜ୍ଞାପନ ଓ ଫ୍ୟାଶନ ଶୋରେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର