ଦିଲ୍ୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ (ଡିଡିଏଲ୍ଜେ) ଚଳଚ୍ଚିତ୍ରକୁ ଆଜି ୨୫ ବର୍ଷ ପୂରିଛି। ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ କାଜୋଲଙ୍କ ଅଭିନୀତ ସିମ୍ରନ୍ ଚରିତ୍ର ଆଜି ବି ଝିଅମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ। ଆଜି ଏକ ସାକ୍ଷାତକାରରେ ସିମ୍ରନ୍ ଚରିତ୍ର ଉପରେ କାଜୋଲ ଆଲୋଚନା କରିଛନ୍ତି।
ସେ କହିଛନ୍ତି, ସିମ୍ରନ୍ ଏକ ପୁରୁଣା କାଳିଆ କିନ୍ତୁ ଶାନ୍ତ ଚରିତ୍ର ଥିଲା। ସିମ୍ରନ୍ ଏମିତି ଗୋଟିଏ ଚରିତ୍ର, ଯାହାକୁ ଆମେ ଆଜି ବି ଆମ ଚାରିପାଖରେ ଦେଖିବାକୁ ପାଇବା। ପ୍ରତିଟି ଝିଅ ନିଜ ସ୍ବପ୍ନର ରାଜକୁମାରକୁ ଅପେକ୍ଷା କରନ୍ତି।