ବଲିଉଡ୍‌ ଗୀତିକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଏକା ପାଇ କରିଥିଲେ ଅସଦାଚରଣ

ଡେରାଡୁନ୍‌ : ବଲିଉଡ୍‌ର ଜଣେ ଆଗଧାଡ଼ିର ଗୀତିକାର ଜୁବିନ୍‌ ନୌତିଆଲଙ୍କ ଉପରେ ଅସଦାଚରଣର ଅଭିଯୋଗ ଆସିଛିି । ନିଜର ଜନ୍ମଦିନ ପାର୍ଟିରେ ସେ ନିଶାଗ୍ରସ୍ତ ହୋଇ ଜଣେ ମହିଳା ବନ୍ଧୁଙ୍କ ସହ ଅସଦାଚରଣ କରିଥିଲେ ବୋଲି ଆରୋପ ଲାଗିଛି । ଏହି ଘଟଣାଟି ଡେରାଡୁନ୍‌ରେ ଘଟିଥିବା ବେଳେ ଏ ନେଇ ପୀଡ଼ିତ ଜଣଙ୍କ ପୁଲିସରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏ ଘଟଣାକୁ ନେଇ ଏକ ଭିନ୍ନ ଅଭିଯୋଗ ଆଣିଛନ୍ତି ଜୁବିନ୍‌ । ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ତାଙ୍କ କାର୍‌ ଭଙ୍ଗାରୁଜା କରିବା ସହ ମାର୍‌ପିଟ୍‌ ମଧ୍ୟ କରିଥିଲେ ବୋଲି ଜୁବିନ୍‌ ଅଭିଯୋଗ ଆଣିଛନ୍ତି । ଉଭୟ ପକ୍ଷରୁ ଅଭିଯୋଗ ପାଇବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

NewsGram

ଶଶାଙ୍କ ମିତ୍ତଲ କରିଥିବା ଅଭିଯୋଗ ଅନୁଯାୟୀ,ଡେରାଡୁନ୍‌ରେ ଜୁବିନ୍‌ଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ମୁଁ ଏବଂ ମୋର ଜଣେ ବାନ୍ଧବୀ ଆସିଥିଲୁ । ମୁଁ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଜୁବିନ୍‌ ଏହାର ସୁଯୋଗ ନେଇ ମୋ ବନ୍ଧୁଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଏହା ଜାଣିବା ପରେ ମୁଁ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ମୋତେ ନିଜ ସଂପର୍କିୟଙ୍କ ସହ ମିଶି ମାଡ଼ ମାରିଥିଲେ । ଅନ୍ୟ ପକ୍ଷରେ ନିଜ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଖଣ୍ଡନ କରି ମୁଁ ଘରକୁ ଫେରୁଥିବା ବେଳେ ଶଶାଙ୍କ ଏବଂ ତାଙ୍କର କିଛି ସାଥୀ ମୋତେ ଅଟକାଇ କାର୍‌ର କାଚ ଭାଙ୍ଗି ଦେଇଥିଲେ ବୋଲି କହିଛନ୍ତି ଜୁବିନ୍‌ । ପ୍ରାଥମିକ ତଦନ୍ତରୁ ଜୁବିନ୍‌ ଏବଂ ଶଶାଙ୍କ ମଧ୍ୟରେ ଅନ୍ୟ କିଛି କାରଣରୁ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର