କୈଲାଶ ଖେର୍‌ଙ୍କ ଉପରେ ପଡ଼ିଲା #ମି ଠୁର ପ୍ରଭାବ, ଯୌନ ଶୋଷଣର ଅଭିଯୋଗ ପରେ ଇଭେଣ୍ଟରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ: କିଛି ଦିନ ତଳେ ଲୋକପ୍ରିୟ ଏବଂ ଖ୍ୟାତିନାମ କଣ୍ଠଶିଳ୍ପୀ କୈଲାଶ ଖେର୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ କଣ୍ଠଶିଳ୍ପୀ ସୋନା ମାହାପାତ୍ର । ପରେ ପରେ ଆହୁରି ଅନେକ ମହିଳା ମଧ୍ୟ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ କୈଲାଶ ଖେର୍‌ଙ୍କ ବିରୋଧରେ କୌଣସି ଆଇନ୍‌ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଇଭେଣ୍ଟରୁ ବାହାର କରି ଦିଆଯାଇଥିବା ଦେଖାଯାଇଛି । ଦୀପାବଳି ପାଇଁ ରାଜସ୍ଥାନର ଉଦୟପୁରରେ ହେବାକୁ ଥିବା ମ୍ୟୁଜିକ୍‌ ଇଭେଣ୍ଟରୁ କୈଲାଶ ଖେର୍‌ଙ୍କୁ ସୋ’ର ଆୟୋଜକ ହଟାଇ ଦେଇଥିବା ଜଣା ପଡ଼ିଛି ।

Darpan Magazine

ସୂଚନା ମୁତାବକ, ଅକ୍ଟୋବର ୩୦ରେ ଉଦୟପୁରରେ ହେବାକୁ ଥିବା ମ୍ୟୁଜିକ୍‌ ଇଭେଣ୍ଟ ପାଇଁ ପ୍ରଥମେ କୈଲାଶ ଖେର୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ତାଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିବା ପରେ କାର୍ଯ୍ୟକ୍ରମର ଆୟୋଜକମାନେ ତାଙ୍କୁ ଇଭେଣ୍ଟରୁ ହଟାଇ ଦେଇଥିବା ଜଣା ପଡ଼ିଛି । ଏକ ସାକ୍ଷାତକାରରେ ଯୋଗ ଦେଇ ଉଦୟପୁରର ମେୟର ଏ ନେଇ ନିଜର ମତ ରଖିଥିଲେ । ତାଙ୍କ କହିବା ଅନୁଯାୟୀ, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଆମେ ଚାହୁଁନାହୁଁ କୈଲାଶ ଖେର୍‌ ଆସିବା ପରେ ତାଙ୍କୁ ନେଇ କୌଣସି ବିବାଦ ହେଉ । ଯାହା ପାଇଁ ଆମେ ତାଙ୍କୁ ହଟାଇ ଦର୍ଶନ ରାଓ୍ଵଲଙ୍କୁ ଆଣିବୁ ବୋଲି କହିଛନ୍ତି ମେୟର ଚନ୍ଦ୍ର ସିଂହ କୋଠାରି ।

ସମ୍ବନ୍ଧିତ ଖବର