ନୂଆଦିଲ୍ଲୀ: ଲୋକପ୍ରିୟ ତେଲୁଗୁ ଗାୟିକା କଳ୍ପନା ରାଘବେନ୍ଦ୍ର ଅତ୍ୟଧିନ ନିଦ ବଟିକା ଖାଇ ଜୀବନ ହାରିବାକୁ ଚେଷ୍ଟା କରି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। କଳ୍ପନାଙ୍କ ଚେତା ଫେରିବା ପରେ ଜୀବନ ହାରିଥିବା ନେଇ ଯେଉଁ ଖବର ପ୍ରଚାର ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।
କଳ୍ପନା ଏହି ଘଟଣାକୁ ନେଇ କହିଛନ୍ତି, ‘କିଛିଦିନ ହେବ ରାତିରେ ମୋତେ ଠିକ ଭାବେ ନିଦ ହେଉନାହିଁ। ତେଣୁ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଦ ବଟିକା ଖାଇଉଛି। ନିକଟରେ ମୁଁ ୮ଟି ନିଦ ବଟିକା ଖାଇବା ପରେ ବି ନିଦ ହୋଇ ନଥିଲା। ଏହାପରେ ମୁଁ ମୋଟ ୧୦ଟି ବଟିକା ଖାଇ ଦେଇଥିଲି।
ଏହି ବଟିକା ଖାଇବା ପରେ ମୋ ସହିତ ଖ’ଣ ଘଟିଥିଲା ମୁଁ କିଛି ଜାଣି ପାରି ନଥିଲି। ଆଖି ଖୋଲିଲା ବେଳକୁ ମୁଁ ହସ୍ପିଟାଲ ବିଛଣାରେ ଥିବା ଜାଣିବାକୁ ପାଇଥିଲି।
ଗାୟିକା କଳ୍ପନା ହାଇଦ୍ରାବାଦର କେପିଏଚବି କଲୋନି ନିକଟସ୍ଥ ନିଜାମପେଟରେ ବସବାସ କରନ୍ତି। ଘର ନିକଟରେ ଥିବା ସୁରକ୍ଷା କର୍ମୀମାନେ କଳ୍ପନାଙ୍କ ଘରର ଦ୍ୱାର ଦୁଇଦିନ ଧରି ଖୋଲା ଯାଇ ନଥିବା ଦେଖି ଗାୟିକାଙ୍କ ସ୍ବାମୀଙ୍କୁ ଫୋନ୍ କରି ଘଟଣା ବିଷୟରେୀ ଜଣାଇଥିଲେ । ଏହାପରେ ସ୍ବାମୀ କଳ୍ପନାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯୋଗାଯୋଗ ହୋଇ ପାରି ନଥିଲା। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଘରୁ କଳ୍ପନାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।