ମୁମ୍ବାଇ: ବଲିଉଡ କଣ୍ଠଶିଳ୍ପୀ ମିକା ସିଂ ଏବେ ଚର୍ଚ୍ଚାରେ। କୌଣସି ଗୀତକୁ ନେଇ ନୁହେଁ ବରଂ ବଲିଉଡର 'ଡ୍ରାମା କୁଇନ୍' ରାକ୍ଷୀ ସାୱନ୍ତଙ୍କୁ ବଳପୂର୍ବକ ଚୁମ୍ବନ ଦେବା ଘଟଣାକୁ ନେଇ ମିକା ଏବେ ଚର୍ଚ୍ଚାକୁ ଆସିଛନ୍ତି। ଘଟଣାକୁ ୧୭ବର୍ଷ ବିତିଥିବା ବେଳେ ମିକା ସିଂ ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ଏହି ପୁରୁଣା ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ।

Advertisment

ସୂଚନା ମୁତାବକ, କିଛି ଦିନ ତଳେ ମିକା ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ ୨୦୦୬ମସିହାରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରାଯିବା ଉଚିତ୍। କାରଣ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ନିଜ ନିଜ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରିଛନ୍ତି। ସୋମବାର ଜଷ୍ଟିସ୍ ଏଏସ୍ ଗଡକରୀ ଏବଂ ପିଡି ନାଇକଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଥିଲେ।

Rakhi Sawant - Singer Mika Singh moves Bombay High Court to quash 2006 case for forcibly kissing Rakhi Sawant - Telegraph India telegraphindia

ଶୁଣାଣି ସମୟରେ ରାକ୍ଷୀ ସାୱନ୍ତଙ୍କ ଓକିଲ ଆୟୁଷ ପାସବୋଲା କୋର୍ଟଙ୍କୁ କହିଥିଲେ ଯେ ଏଫଆଇଆର ରଦ୍ଦ କରିବାକୁ ସମ୍ମତି ଦେଇ ଅଭିନେତ୍ରୀ ଯେଉଁ ଆଫିଡେଭିଟ ଦାଖଲ କରିଥିଲେ ତାହା ହାଇକୋର୍ଟର ରେଜିଷ୍ଟ୍ରି ବିଭାଗରୁ ହଜିଯାଇଛି ଏବଂ ଏବେ ଏହା ମିଳୁନାହିଁ। ଏହା ଶୁଣି କୋର୍ଟ ଆସନ୍ତା ସପ୍ତାହ ସୁଦ୍ଧା ଏକ ନୂତନ ଆଫିଡେଭିଟ ଦାଖଲ କରିବାକୁ ରାକ୍ଷୀଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍ ୧୧, ୨୦୦୬ରେ ମିକାଙ୍କ ଜନ୍ମଦିନ ପାର୍ଟୀରେ ଏହି ଘଟଣା ଘଟିଥିଲା। ମିକା ବଳପୂର୍ବକ ରାକ୍ଷୀଙ୍କୁ ଚୁମ୍ବନ ଦେଇଥିଲା, ଯାହାର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା।