ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ସମୟରେ ପାକ୍‌ରେ ଗୀତ ଗାଇ ବିବାଦରେ ମିକା

ମୁମ୍ବାଇ : ଗତ ମଙ୍ଗଳବାର ଜମ୍ମ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭାରତ-ପାକ୍‌ ମଧ୍ୟରେ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଏମିତି କି ପାକିସ୍ତାନ ଭାରତୀୟ ଫିଲ୍ମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା । ତେବେ ଏ ପରିସ୍ଥିତିରେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ପାକିସ୍ତାନରେ ଗୀତ ଗାଇବାରୁ ବିବାଦ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରବେଜ୍‌ ମୁଶାରଫଙ୍କ ଜଣେ ସଂପର୍କୀୟଙ୍କ ଘରେ ମେହେନ୍ଦି କାର୍ଯ୍ୟକ୍ରମ ଥିବାରୁ ମିକା ସେଠାକୁ ଗୀତ ଗାଇବାକୁ ଯାଇଥିବା ସୂଚନା ମିଳିଛି । ଏବେ ସେହି ସମୟରେ ଭିଡିଓ ସାମ୍ନାକୁ ଆସିବା ପରେ ଟୁଇଟ୍‌ରରେ ଭାରତ ସହ ପାକ୍‌ ବ୍ୟବହାରକାରୀ ମଧ୍ୟ ଅସନ୍ତୋଷ ଜାହିର କରିଥିବା ଦେଖାଯାଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ଯିବା, ସେଠାରେ ରହିବା ଏବଂ ସଙ୍ଗୀତ ପରିବେଷଣ କରିବା ମିକାଙ୍କୁ ବିବାଦରେ ଛନ୍ଦି ପକାଇଛି ।

ସମ୍ବନ୍ଧିତ ଖବର