ନୂଆଦିଲ୍ଲୀ: ବିବାଦରେ  ବଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ । ସ୍ତ୍ରୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଫ୍ୟାମିଲି କୋର୍ଟ ବା ପାରିବାରିକ ଅଦାଲତରେ ହାଜର ହେବାକୁ ପଡ଼ିଛି । କିନ୍ତୁ କାହିଁକି ସେ ଅଭିଯୋଗ ଆଣିଲେ, କି ଅଭିଯୋଗ ଆଣିଲେ ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।

Advertisment

ବଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବେ ଅଡୁଆରେ  । ତାଙ୍କ ପତ୍ନୀ ସଂଗୀନ ଅଭିଯୋଗ ଆଣିଥିବା ବେଳେ ଏବେ କୋର୍ଟରେ ହାଜର ହେବାକୁ ପଡିଛି ଉଦିତଙ୍କୁ । କୁହାଯାଉଛି କି, ବିବାଦ ଯେମିତି ତାଙ୍କ ପିଛା ଛାଡୁନି । ଉଦିତଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ,ବିବାହ ପରଠୁ ତାଙ୍କୁ ଆଜି ଯାଏ ପତ୍ନୀର ମାନ୍ୟତା ମିଳିନି । ବିବାହର ଏତେ ଦିନ ପରେ ବି ତାଙ୍କୁ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ସୁଯୋଗ ମିଳିନି କି ତାଙ୍କୁ କେବେ ସ୍ତ୍ରୀର ମାନ୍ୟତା ଦିଆଯାଇନି ।  
୨୦୨୨ ମସିହାରେ ଦାଖଲ କରାଯାଇଛି ଏହି ଅଭିଯୋଗ । ଆଉ ଏବେ ଏହି ମାମାଲର ଶୁଣାଣି ପାଇଁ ଉଦିତଙ୍କୁ ହାଜର ହେବାକୁ କୋର୍ଟରୁ ସମନ ପଠାଯାଇଥିଲା କିନ୍ତୁ ସେ ହାଜର ହୋଇନଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଖାଲି ଏତିକି ନୁହେଁ ବରଂ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପର୍କରେ ତାଙ୍କର କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ ।

ପୂର୍ବ ସୂଚନା ଅନୁଯାୟୀ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ  ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଗାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା  । ଏହି ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ସେ ତାଙ୍କର ହିଟ୍ ଗୀତ 'ଟିପ୍ ଟିପ୍ ବରସା ପାନି' ପରିବେଷଣ କରୁଥିବା ବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ  ।  

ଯାହା କି ସେହି ସମୟରେ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହୋଇଥିଲା  ଯାହା ପରେ ତାଙ୍କୁ ଖୁବ ଟ୍ରୋଲ ହେବା ପାଇଁ ପଡିଥିଲା, ଉଦିତ ନାରାୟଣଙ୍କ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ଓ ନେଟିଜେନ୍ସ ନିରାଶା ମଧ୍ୟ ହୋଇଥିଲେ।

ହେଲେ ସେବେ ଉଦିତ୍‌ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ , କୌଣସି ଅଶାଳୀନ କାର୍ଯ୍ୟ ସେ କରିନାହାନ୍ତି । ପ୍ରଶଂସକଙ୍କୁ ମୁଁ ବହୁତ ଭଲ ପାଏ । ସେମାନେ ମଧ୍ୟ ମୋତେ ଖୁବ୍‌ ଭଲ ପାଆନ୍ତି। ତେଣୁ ପ୍ରଶଂସକଙ୍କୁ ଚୁମ୍ବନ ଦେବାରେ କିଛି ଅସୁବିଧା ନାହିଁ। ସେ ସ୍ନେହରେ ଏପରି କରିଥିଲେ ଏବଂ ଏଥିରେ କୌଣସି ଅଶାଳୀନ ଆଚରଣ ନ ଥିଲା। ତାଙ୍କୁ ନେଇ ଚାଲିଥିବା ବିବାଦ ପରୋକ୍ଷରେ ତାଙ୍କ ଖ୍ୟାତିକୁ ଅହୁରି ଅଧିକ ବଢ଼ାଉଛି ବୋଲି ଉଦିତ କହିଥିଲେ ।