ଗାୟକ ବିକାଶ କୁମାର “ବିରେ କି େଓ୍ଵଡ଼ିଙ୍ଗ” ର୍ନିମାତାଙ୍କୁ ପଠାଇଲେ ଲିଗାଲ୍‌ ନୋଟସ୍‌

ମୁମ୍ବାଇ : ହରିୟାଣାର ପ୍ରସିଦ୍ଧ ଗାୟକ ବିକାଶ କୁମାର ରିଲିଜ ଅପେକ୍ଷାରେ ଥିବା ବଲିଉଡ୍‌ ଚଳଚ୍ଚିତ୍ର “ବିରେ କି େଓ୍ଵଡ଼ିଙ୍ଗ”ର ର୍ନିମାତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । କାରଣ ତାଙ୍କର କହିବା ଅନୁଯାୟୀ ଚଳଚ୍ଚିତ୍ରର ନିର୍ମାତା ବିକାଶଙ୍କ ବିନା ଅନୁମତିରେ ‘ହଟ ଯା ତାଉ’ ଗୀତକୁ ଚଳଚ୍ଚିତ୍ରରେ ବ୍ୟବହାର କରିଛନ୍ତି । ‘ହଟ ଯା ତାଉ’ ଗୀତର ମୂଳ ଭର୍ସନରେ ବିକାଶ କୁମାର କଣ୍ଠ ଦାନ କରିଛନ୍ତି । କିନ୍ତୁ ଏହାକୁ ଚଳଚ୍ଚିତ୍ରରେ ବ୍ୟବହାର କରିବା ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ତାଙ୍କର କୌଣସି ଅନୁମତି ନେଇ ନଥିଲେ ।

ଚଳଚ୍ଚିତ୍ରର ର୍ନିମାତା ବିକାଶ କୁମାରଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ ୭ କୋଟି ଟଙ୍କାର ଜରିମାନ ଦେବେ । କାରଣ ସେ ବିକାଶଙ୍କର ବିନା ଅନୁମତିରେ ଚଳଚ୍ଚିତ୍ରରେ ଗୀତକୁ ବ୍ୟବହାର କରିଛନ୍ତି। ଯଦି ସେ ଏପରି ନ କରନ୍ତି ତେବେ ଅଦାଲତ ତାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବେ । ଆମେ ସେଣ୍ଟାଲ ବୋର୍ଡ଼ ଅଫ ଫିଲ୍ମ ସାର୍ଟିଫିକେସନ(ସିବିଏଫସି)ର ସଭାପତି ପ୍ରସୁନ୍‌ ଜୋଶୀଙ୍କୁ ମଧ୍ୟ ଏନେଇ ଏକ ଆବେଦନ କରିଛୁ ବୋଲି କହିଛନ୍ତି ବିକାଶ କୁମାରଙ୍କ ଓକିଲ ।

News World India

ଏହି ଗୀତ ଦ୍ୱାରା ହରିୟାଣାର ଆଇଟମ ଡ଼୍ୟାନ୍ସର ସପନା ଚୌଧୁରୀ ପ୍ରଥମ ଥର ପାଇଁ ବଲିଉଡରେ ପାଦ ରଖିଛନ୍ତି । ‘ବିରେ କି େଓ୍ଵଡ଼ିଙ୍ଗ’ ଚଳଚ୍ଚିତ୍ରଟି ମାର୍ଚ୍ଚ ୯ ତାରିଖରେ ରିଲିଜ ହେବାକୁ ଥିବା ବେଳେ ଏଥିରେ ଅଭିନୟ କରିଛନ୍ତି ପୁଲକିତ ସମ୍ରାଟ , ଜିମି ସେରଗିଲ , ଯୁବିକା ଚୌଧୁରୀ , କୀର୍ତ୍ତି ଖରବନ୍ଦା ଏବଂ ସତୀଶ କୌଶିକ ।

ସମ୍ବନ୍ଧିତ ଖବର