ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଅନେକ ଗାୟକ ଏବଂ ପ୍ରସିଦ୍ଧ ସେଲିବ୍ରିଟି ସେମାନଙ୍କର ସୋ’, ଫିଲ୍ମ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମକୁ ବାତିଲ କିମ୍ବା ସ୍ଥଗିତ ରଖିଛନ୍ତି। ଏବେ ଗାୟକ ତଥା ସଂଗୀତଜ୍ଞ ବିଶାଲ ମିଶ୍ରା ବଢ଼ୁଥିବା ଉତ୍ତେଜନା ମଧ୍ୟରେ ନେଇଥିବା ନିଷ୍ପତ୍ତି ବିଷୟରେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।
Never ever going to #Turkey and #Azerbaijan ! No leisure no concerts ! Mark My Words ! Never !!
— Vishal Mishra (@VishalMMishra) May 9, 2025
'ଅପରେସନ୍ ସିନ୍ଦୂର' ପରେ ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ବିଶାଲ ମିଶ୍ରା ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ କେବେ ବି ତୁର୍କୀ ଓ ଅଜୈରବାଇଜାନରେ ପାଦ ରଖିବି ନାହିଁ। ସେଠାକୁ ଛୁଟିଦିନ କଟାଇବାକୁ ଯିବି ନାହିଁ, କୌଣସି କନସର୍ଟ କରିବାକୁ ଯିବି ନାହିଁ! ମୋର କଥା ମନେ ରଖ! କେବେବି ନୁହେଁ!!"
ପହଲଗାମ୍ରେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣ ପରେ ଭାରତ ଜବାବ ଦେବାକୁ ଯାଇ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନରେ ଥିବା ଆତଙ୍କୀ ଶିବିରକୁ ଟାର୍ଗେଟ କରି ଉଡ଼ାଇ ଦେଇଥିବା ଭାରତ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥାଇ ମଧ୍ୟ ପାକିସ୍ତାନ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏବେ ଏଥିରେ ସେମାନଙ୍କୁ ତୁର୍କୀ ଓ ଅଜୈରବାଇଜାନ ସାହାଯ୍ୟ କରିଥିବା ଜଣାପଡ଼ିଛି। ପାକିସ୍ତାନ ବ୍ୟବହାର କରୁଥିବା ଡ୍ରୋନ ତୁର୍କୀ ନିର୍ମିତ ବୋଲି ଜଣାପଡ଼ିଛି। ଏସବୁ ବିଷୟରେ ଜାଣିବା ପରେ ବିଶାଲ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।