ଗାୟକ ଜୁବେନ ଗର୍ଗଙ୍କୁ ତିନି ମାସ କାରାଦଣ୍ଡାଦେଶ !

ଗୌହାଟି: ବଲିଉଡ ତଥା ଆସାମୀ ସଙ୍ଗୀତ ଜଗତର ଖ୍ୟାତନାମା ଗାୟକ ଜୁବେନ ଗର୍ଗଙ୍କୁ ସେସନସ୍‌ କୋର୍ଟ ତିନି ମାସର କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଏହା ଛଡ଼ା ତାଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ୨୦୧୩ରେ ଗାୟକ ଜୁବେନ ଗର୍ଗ ଜଣେ ଆଇନ୍‌ଜୀବୀଙ୍କ ପୁଅ ଅରୁପ ବୋରବୋରାଙ୍କୁ ଚାପୁଡ଼ା ମାରିଥିଲେ।ଅରୁପ ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବାର ଦେଖି ଉତ୍ୟକ୍ତ ହୋଇ ଜୁବେନ୍‌ ଏଭଳି କାଣ୍ଡ ଭିଆଇଥିଲେ । ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୨୩,୩୪୧ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା।

ତେବେ ତାଙ୍କ ବିରୋଧରେ ହୋଇଥିବା କେବଳ ୩୪୧ ଧାରାର ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ଏହି ମାମଲାର ବିଚାର କରି ଜଜ୍‌ଗାୟକ ଜୁବେନ ଗର୍ଗଙ୍କୁ ସେସନସ୍‌ କୋର୍ଟ ତିନି ମାସର କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଏହା ଛଡ଼ା ତାଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହିା ଦଣ୍ଡାଦେଶ ବିରୋଧରେ ଜୁବେନ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର