ଭୁବନେଶ୍ବର : ‘ମଞ୍ଜରୀ’ରେ ପ୍ରସାରିତ ରିୟଲିଟି ଗେମ୍ ସୋ’ ‘ଭାଉଜ ନମସ୍କାର’ର କଣ୍ଠଶିଳ୍ପୀ ସ୍ବତନ୍ତ୍ର ଏପିସୋଡ୍ରେ ଆସନ୍ତାକାଲି (ଶନିବାର) ଓଡ଼ିଶାର ୪ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିବ। ସେମାନେ ହେଲେ, ତପୁ ମିଶ୍ର, ଅନ୍ତରା ଚକ୍ରର୍ବତ୍ତୀ, ଇପ୍ସିତା ପଣ୍ଡା ଓ ସୋହିନୀ ମିଶ୍ର। ଭାଉଜଙ୍କ ଘରେ ମଜାମସ୍ତିର ମାହୋଲରେ କଣ୍ଠଶିଳ୍ପୀମାନେ ନିଜକୁ ସାମିଲ କରିବା ସହ ବିଭିନ୍ନ ପର୍ଯ୍ୟାୟର ଖେଳରେ ଭାଗ ନେଇ ଆକର୍ଷଣୀୟ ଉପହାର ଜିତିବେ।
ସୂଚନାଯୋଗ୍ୟ, ଖଟି ବା କିଟି ପାର୍ଟିକୁ ଆଧାର କରି ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ପ୍ରତି ଶୁକ୍ର ଓ ଶନିବାର ଅପରାହ୍ଣ ୩ଟା ଓ ରାତି ୯ଟାରେ ଏହି ସୋ’ ପ୍ରସାରିତ ହେଉଛି। ୮୦୯୩୦୨୬୬୯୭ ନମ୍ବରରେ ହ୍ୱାଟସ୍-ଆପ୍ କରି ଆପଣ ମଧ୍ୟ ଏହି ରିଅଲିଟି ଗେମ୍ ସୋ’ରେ ଭାଗ ନେଇପାରିବେ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଓ ଅବିବାହିତ ଭାଗ ନେଇ ପାରିବେ।