ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର ଆସିଛନ୍ତି। ଫିଲ୍ମର ଟିଜର ଓ ଟ୍ରେଲର ଦେଖିବା ପରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି କୁହାଯାଉଥିବା ବେଳେ ରିଲିଜ୍ ପରେ ତିନି ଦିନ ମଧ୍ୟରେ ଫିଲ୍ମଟି ୧୨୧ କୋଟି ଟଙ୍କା ସଂଗ୍ରହ କରିଛି।
'ସିଙ୍ଘମ ଏଗେନ' ରିଲିଜ୍ ଦିନ ୪୩.୫ କୋଟି ଟଙ୍କା ରୋଜଗାର କରିଥିଲା ​​| ହେଲେ ଶନିବାର ଦିନ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଘଟିଥିଲେ ବି ଫିଲ୍ମଟି ପ୍ରାୟ ୪୨.୫ କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମଟି ୩୫କୋଟି ଟଙ୍କା ରୋଜଗାର କରି ୧୦୦କୋଟି ଟଙ୍କା ଅତିକ୍ରମ କରିଛି।
ଦୀପାବଳି ଛୁଟି ଥିବାରୁ ଫିଲ୍ମକୁ ଏହାର ଲାଭ ମିଳିଥିବା ବେଳେ ଆଗକୁ ଫିଲ୍ମର ଆୟ କିଭଳି ରହିବ, ତା’ ଉପରେ ଏବେ ନିର୍ମାତାଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/04/0MtBiI74uWzMfNtrNHCb.jpg)