‘ରାମାୟଣ’ର ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା କହିଲେ; ମୁଁ , ରାମ ଓ ଲକ୍ଷ୍ମଣ ଗଛ ତଳେ ସୁଟିଂ କରୁଥିବା ସମୟରେ ହଠାତ ଆସିଥିଲା ଏକ ବିଶାଳ ସାପ, ଆଉ ତା’ପରେ..

ନୂଆଦିଲ୍ଲୀ: ଦୀପିକା ଚିଖଲିଆ ରାମନନ୍ଦ ସାଗରଙ୍କ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିଲେ। ଆଉ ଦର୍ଶକ ବି ଦୀପିକାଙ୍କ ସୀତା ଭୂମିକାର ଜୀବନ୍ତ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ। କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନରେ ‘ରାମାୟଣ’କୁ ପୁଣିଥିରେ ପ୍ରସାରଣ କରାଯାଇଥିଲା, ଯାହାକି ରେକର୍ଡ ଭାଙ୍ଗିଥିବା କୁହାଯାଇଛି।

Ramayan: When Ram, Sita shot a scene with a 'fat snake' above ...
Hindustan Times

ଲକ୍‌ଡାଉନ୍‌ ସମୟରେ ପୁଣିଥରେ ‘ରାମାୟଣ’ ପ୍ରସାରଣ ହେବା ପରେ ଏଥିରେ ଯୋଡ଼ି ହୋଇଥିବା କଳାକାରମାନେ ସୋସିଆଲ ମିଡିଆରେ ସକ୍ରିୟ ରହି ନିଜନିଜର ଅନୁଭୂତିକୁ ବଖାଣୁଛନ୍ତି।

 

View this post on Instagram

 

There is a story behind this scene ….so I shared …we were busy with the shoot, learning lines and so on…the day was as normal as could be, after the scene got over our cameraman Ajit naik (cinematography) came to tell us please vacate the place and don’t stand underneath the tree and we were wondering all the three actors as to what was the hurry and why so abrupt …he asked all the technicians also to clear the field ..sagar Saab was also wondering what happened …and then he pointed out to a huge fat snake on the tree and what followed after that was we all RAN for our life🤣 sooo many memories 😊….#memories#ramayan#sagarworld# tree#banyantree#snake#fear#phobia#umbergoan#studio#sets#actors#actress#costume

A post shared by Dipika (@dipikachikhliatopiwala) on

‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ ସୁଟିଂ ସମୟରେ ଏକ ମଜାଦାର ଅନୁଭୂତିକୁ ନିଜର ପ୍ରଶଂସକଙ୍କ ସହିତ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକା ଏକ ଫଟୋ ସେୟାର କରି ଲେଖିଛନ୍ତି, ଏହି ଫଟୋ ପଛରେ ଏକ କାହାଣୀ ରହିଛି, ଯାହା ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି। ଆମେ ସମସ୍ତେ ସୁଟିଂ କାମରେ ବ୍ୟସ୍ତ ଥିଲୁ। ସିନ୍‌ ପୂରା ହେବା ପରେ କ୍ୟାମେରାମ୍ୟାନ୍‌ ଅଜିତ ନାୟକ ଆମ ତିନଜଣଙ୍କ ପାଖକୁ ଆସି କହିଥିଲେ କି, ଶୀଘ୍ର ଏହି ସ୍ଥାନକୁ ଖାଲି କରି ଦିଆଯାଉ। ଆଉ ଏହି ଗଛ ତଳେ କେହି ଛିଡା ହୁଅନ୍ତୁ ନାହିଁ। ଆମେ ସମସ୍ତେ କ୍ୟାମେରାମ୍ୟାନ୍‌ଙ୍କ ମୁହଁରୁ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲୁ। ସାଗର ସାହେବ ବି ଚକିତ ହୋଇଯାଇଥିଲେ।

We ran for our lives': Deepika Chikhlia shares chilling experience ...
News

ଏପରି କହିବାର କାରଣ ପଚାରିବାରୁ କ୍ୟାମେରାମ୍ୟାନ୍‌ ଅଜିତ ନାୟକ କହିଥିଲେ କି ଯେଉଁ ଗଛତଳେ ଆପଣମାନେ ଛିଡ଼ା ହୋଇଛନ୍ତି, ସେହି ଗଛ ଉପରେ ଏକ ବିଶାଳ ସାପ ଅଛି। ଏହା ଦେଖି ସୁଟିଂ ସେଟ୍‌ରେ ଯିଏ ଯିଏ ଥିଲେ ସମସ୍ତେ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ।

ସମ୍ବନ୍ଧିତ ଖବର