‘ସରୋଜିନୀ’ ବାୟୋପିକ୍‌ର ମୁଖ୍ୟ ଭୂମିକା‌ରେ ରାମାୟଣର ସୀତା

‘ରାମାୟଣ’ ପୁନଃ ପ୍ରସାରଣ ପରେ ଏଥିରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଦୀପିକା ଚିଖିଲିୟାଙ୍କୁ ବହୁ ଦିନ ପରେ ମୁଖ୍ୟ ଭୂମିକାରେ ବଡ଼ ପରଦାରେ ଅଭିନୟର ସୁଯୋଗ ମିଳିଛି। ସ୍ବାଧୀନତା ସଂଗ୍ରାମୀ ଓ କବି ସରୋଜିନୀ ନାଇଡ଼ୁଙ୍କ ଜୀବନୀକୁ ନେଇ ନିର୍ମିତ ହେବାକୁ ଯାଉଥିବା ଚଳଚ୍ଚିତ୍ରରେ ସରୋଜିନୀ ଭୂମିକାରେ ନଜର ଆସିବେ ଦୀପିକା। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟର ଦୀପିକା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟ‌ାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ସରୋଜିନୀ ନାଇଡ଼ୁ ଜଣେ ଅତ୍ୟନ୍ତ ସାହସୀ ମହିଳା ଥିଲେ ଏବଂ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଏକ ମହତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତେଣୁ ଏହି ଭୂମିକା ପାଇ ମୁଁ ବହୁତ ଖୁସି। ଆକାଶ ନାୟକ ଓ ଧୀରଜ୍ ମିଶ୍ର ଏହାର ନିର୍ଦେଶନା ଦେଉଥିବା ବ‌େଳେ କାନୁ ଭାଇ ପଟେଲ୍‌ ଏହାର ପ୍ରଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର