ମୁମ୍ବାଇ: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅଭିନେତା ଅମୀର ଖାନ ନିଜ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅମୀର ଜଣେ ସଫଳ ଅଭିନେତା ଏବଂ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି । ନିକଟରେ ଅମୀର ଖାନ ରଣବୀର କପୁରଙ୍କ ବିଷୟରେ ଏକ ନିଆରା କଥା କହିଛନ୍ତି । ସେ ତାଙ୍କର ୧୯୯୭ ଚଳଚ୍ଚିତ୍ର 'ଇସ୍କ' ବିଷୟରେ କିଛି କଥା ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, କାଜୋଲ ଏବଂ ଜୁହି ଚାୱଲା ମୁଖ୍ୟ ଭୂମିକାରେ ଥିଲେ । ଅମୀର କହିଛନ୍ତି ଯେ 'ଇସ୍କ'ତାଙ୍କର ପ୍ରିୟ ଚଳଚ୍ଚିତ୍ର ନୁହେଁ । କିନ୍ତୁ, ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ସେ ଆହୁରି କହିଛନ୍ତି, ମୁଁ ଅନୁଭବ କରିଛି ଯେ ମୋର କିଛି ଚଳଚ୍ଚିତ୍ର, ଯାହା ମୁଁ  ନିଜେ ଅଧିକ ପସନ୍ଦ କରି ନାହିଁ, କିନ୍ତୁ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଛି ।

Advertisment

ଏକ ସାକ୍ଷାତକାରରେ ଅମୀର ରଣବୀର କପୁରଙ୍କ ବିଷୟରେ କିଛି ପ୍ରକାଶ କରିଥିଲେ । କହିଥିଲେ ଯେ,''ରଣବୀର ତାଙ୍କ ଚଳଚ୍ଚିତ୍ର 'ଅୱଲ ନମ୍ବର'କୁ ବହୁତ ପସନ୍ଦ କରନ୍ତି । ମୁଁ ପ୍ରଥମେ ଭାବିଥିଲି ରଣବୀର ଥଟ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ସେ ଫିଲ୍ମର ପ୍ରତ୍ୟେକ ଦୃଶ୍ୟ ଏବଂ ସଂଳାପ ବିଷୟରେ ବର୍ଣ୍ଣନା କରିଥିଲେ, ମୁଁ ବୁଝିପାରିଲି ଯେ ସେ ପ୍ରକୃତରେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି । ରଣବୀର ପିଲାଦିନେ ଏହି ଚଳଚ୍ଚିତ୍ର ଦେଖିବା ପରେ ଏହାକୁ ତାଙ୍କର ମନ ପସନ୍ଦର ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବୋଲି ବାଛି ନେଇଥିଲେ ।

ଅମୀରଙ୍କୁ ଯେତେବେଳେ ତାଙ୍କର ପ୍ରିୟ ଚଳଚ୍ଚିତ୍ର ପଚରାଯାଇଥିଲା ସେ ଏହାର ଉତ୍ତରରେ କହିଥିଲେ ଯେ, "ତାରେ ଜମିନ୍ ପର, ୩ ଇଡିଅଟ୍ସ, ଲଗନ, ଦଙ୍ଗଲ, ପି.କେ ଏବଂ ଜୋ ଜୀତା ୱୋହୀ ସିକନ୍ଦର ଭଳି ଅନେକ ଚଳଚ୍ଚିତ୍ର ପାଇଁ ମୁଁ ବହୁତ ଗର୍ବିତ । ପ୍ରତ୍ୟେକ ଚଳଚ୍ଚିତ୍ରରେ ଭିନ୍ନ ଅନୁଭୂତି ରହିଛି ଏବଂ ସମସ୍ତଙ୍କର ନିଜସ୍ୱ ଗୁରୁତ୍ୱ ରହିଛି।"  

ଅମୀର ତାଙ୍କ ପ୍ରଡକ୍ସନ୍ ଫିଲ୍ମ 'ଲାପତା ଲେଡିଜ୍'କୁ ପ୍ରମୋଟ୍ କରୁଥିବା ନଜର ଆସିଛନ୍ତି । ଚଳିତବର୍ଷ ଏହି ଚଳଚ୍ଚିତ୍ର ଓସ୍କାର ପାଇଁ ଭାରତର ଅଫିସିଆଲରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟି ତାଙ୍କ ପତ୍ନୀ କିରଣ ରାଓଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଗତ ବର୍ଷ ଟୋରଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରିମିୟର ହୋଇଥିଲା। ଚଳଚ୍ଚିତ୍ର 'ଲାଲ ସିଂ ଚଢା' ପରେ ଅମୀରଙ୍କ ଗୋଟିଏ ବି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ତାଙ୍କୁ ଖୁବ୍ ଶୀଘ୍ର 'ସୀତାରେ ଜମିନ୍ ପର' ନାମକ ଏକ  ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।