ନୂଆଦିଲ୍ଲୀ: ବଲିଉଡର ଖିଲାଡି କୁମାର ଭାବେ ଜଣାଶୁଣା ଅକ୍ଷୟ କୁମାର ଗତ କିଛି ବର୍ଷ ହେଲାଣି ଏକ ହିଟ୍ ଫିଲ୍ମ ଦେବାକୁ ସଂଘର୍ଷ କରୁଛନ୍ତି। ଏବେ ଖିଲାଡି କୁମାରଙ୍କ ୨୦୨୫ ବର୍ଷର ପ୍ରଥମ ଫିଲ୍ମ 'ସ୍କାଏ ଫୋର୍ସ' ମୁକ୍ତିଲାଭ କରିଛି। ବୀର ପହରୀୟା ଏହି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଛନ୍ତି। ରିଲିଜ୍ ପୂର୍ବରୁ ଫିଲ୍ମଟିକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ଏହା ସିନେମା ହଲ୍କୁ ଆସିଛି। ରିଲିଜ୍ ହେବା ପରେ ପରେ ଏହାର କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି।
ଏହି ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହା ୧୯୬୫ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଜଣେ ସ୍କ୍ୱାର୍ଡନ ଲିଡରଙ୍କ ନିଖୋଜ ହେବାର କାହାଣୀ। ଗଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ଫିଲ୍ମର କାହାଣୀ ଏବଂ ଅକ୍ଷୟ କୁମାର-ବୀର ପହରୀୟାଙ୍କ ସହିତ ସାରା ଅଲି ଖାନଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।
ଜାତୀୟ ଗଣମାଧ୍ୟମ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୫.୩୦କୋଟିର ଆୟ କରିଛି। ଏହା ସହିତ ଫିଲ୍ମଟି ଅକ୍ଷୟ କୁମାରଙ୍କ କ୍ୟାରିଅରର ତୃତୀୟ ସର୍ବାଧିକ ଓପନିଂ କରିଥିବା ଫିଲ୍ମ ହୋଇପାରିଛି। ଆଗାମୀ ଦିନରେ ଫିଲ୍ମଟି କେତେ ଆୟ କରିପାରିବ, ତା’ ଉପରେ ଏବେ ସିନେ ସମୀକ୍ଷକଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/25/u7jDDPr1OL8qeKfU6qov.jpg)