ରିଲିଜ ହେଲା ଦି ସ୍କାଇ ଇଜ ପିଙ୍କର ଟ୍ରେଲର, ମୁଖ୍ୟ ଭୂମିକାରେ ପ୍ରିୟଙ୍କା ଓ ଫରହାନ

ନୂଆଦିଲ୍ଲୀ: ଫିଲ୍ମ ଦି ସ୍କାଇ ଇଜ ପିଙ୍କର ଟ୍ରେଲର ରିଲିଜ ହୋଇଯାଇଛି | ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଥିବାବେଳେ ମୁଖ୍ୟ ଭୂମିକାରେ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତାରଙ୍କୁ ଦେଖିବାକୁ ମିଳିବ | ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ୩ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି | ପ୍ରିୟଙ୍କା ଓ ଫରହାନଙ୍କ ବ୍ୟତୀତ ଏହି ଫିଲ୍ମରେ ଜାୟରା ବାସିମ ଓ ରୋହିତ ସାରଫଙ୍କୁ ଦେଖିବାକୁ ମିଳିବ |

ଆସନ୍ତା ଅକ୍ଟୋବର ୧୧ରେ ଏହି ଫିଲ୍ମ ରିଲିଜ ହେବ | ଟ୍ରେଲରରେ ରୋମାନ୍ସ, ଇମୋସନ ସହ ପରିବାର ପ୍ରତି ଭଲପାଇବାକୁ ଦେଖିବାକୁ ମିଳିବ | ଏହି ଫିଲ୍ମଟି ପ୍ରେରଣାଦାୟୀ ବକ୍ତା ଆୟସା ଚୌଧୁରୀଙ୍କ ଜୀବନକୁ ନେଇ ଆଧାରିତ ହୋଇଛି |

ଆୟସାଙ୍କୁ ପଲମୋନାରୀ ଫାଇବ୍ରୋସିସ ରୋଗ ହୋଇଥିବାବେଳେ ପ୍ରିୟଙ୍କା ଫିଲ୍ମରେ ଅଦିତି ଚୌଧୁରୀ ଓ ଫରହାନ ତାଙ୍କ ସ୍ୱାମୀ ନିରନ ଚୌଧୁରୀଙ୍କ ଭୂମିକାରେ ଦେଖିବାକୁ ମିଳିବେ | ଜାୟରା ଏହି ଫିଲ୍ମରେ ପ୍ରିୟଙ୍କା ଓ ଫରହାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବେ |

ସମ୍ବନ୍ଧିତ ଖବର