ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୰ ସ୍ମିତା ପାଟିଲଙ୍କ ଜନ୍ମଦିନ। ସେ ୧୯୫୫ ମସିହା ଅକ୍ଟୋବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏହି ଅବସରରେ ସ୍ମିତା ପାଟିଲଏବଂ ରାଜବବରଙ୍କ ପ୍ରେମକାହାଣୀ ସଂପର୍କରେ ଆସନ୍ତୁ ଜାଣିବା
/sambad/media/post_attachments/wp-content/uploads/2019/10/raj-smita_india-today.-1.png)
ରାଜବବର,ସ୍ମିତା ପାଟିଲ ଓ ନାଦିରାଙ୍କ କଣା ବେଶ ମଜାଦାର। ରାଜ୍ ଓ ନାଦିରା ନାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ସାଙ୍ଗ ହୋଇ ପଢ଼ୁଥିବାବେଳେ ସେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଅଳ୍ପଦିନର ରୋମାନ୍ସ ପରେ ରାଜ ଓ ନାଦିରା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ତେବେ ରାଜ ବବର ଯେତେବେଳେ ବଡ଼ ଷ୍ଟାର ହୋଇନଥିଲେ,ସେତେବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ର ରାଜ ବବରଙ୍କୁ ‘ଭିଗି ପଲକେଁ’ରେ ନାୟକ ଭୂମିକାରେ ନେଇଥିଲେ।ଏହି ଫିଲ୍ମରେ ପ୍ରଥମଥର ପାଇଁ ରାଜ୍ ବବର ସ୍ମିତା ପାଟିଲଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ।ଏହି ସିନେମାର ଅଧିକାଂଶ ସୁଟିଂ ଓଡ଼ିଶାରେ କରାଯାଇଥିଲା।ଏଥିଲାଗି ଉଭୟେ ଓଡ଼ିଶା ଆସିଥିଲେ।
/sambad/media/post_attachments/wp-content/uploads/2019/10/smita-patil-raj-babbar-nadira-babbar-300x180.jpg)
କଟକ,ଭୁବନେଶ୍ୱର,ପୁରୀ,କୋଣାର୍କ ଓ ରାଉରକେଲାରେ ସୁଟିଂ କରୁଥିବା ସମୟରେ ହିଁ ରାଜ ବାବରଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସ୍ମିତା ପାଟିଲ୍।ଏହା ପରେ ଉଭୟେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ।ଏଥିପାଇଁ ରାଜ୍ ପ୍ରଥମ ପତ୍ନୀ ନାଦିରାଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ।ରାଜ୍-ସ୍ମିତା ବାହା ହୋଇଥିଲେ ,ହେଲେ ବିବାହର କିଛି ବର୍ଷ ପରେ ୧୯୮୬ରେ ସ୍ମିତା ପାଟିଲ୍ ପରଲୋକ ଗମନ କରିଥିଲେ।ଏହାପରେ ରାଜ୍ ନାଦିରାଙ୍କ ପାଖକୁ ଫେରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Smita-Fell-in-Love-with-Raj-in-Odisha_Thumbnail.jpg)