ମୁମ୍ବାଇ: ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ତଥା ବିଶ୍ବ ଚାମ୍ପିଅନ୍ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ନଭେମ୍ବର ୨୩ରେ ହେବାର ଥିଲା ।
ସ୍ମୃତି ଓ ପଲାଶଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି କି ଫାଟ?
ବିବାହ ରୀତିନୀତି ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ସ୍ମୃତି ଓ ପଲାଶଙ୍କ ମେହେନ୍ଦୀ ଓ ହଳଦୀର ଅନେକ ଫଟୋ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଏଭଳି ଖୁସିର ସମୟରେ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ବିବାହକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ଖବର ସାମ୍ନାକୁ ଆସିବାପରେ ସ୍ମୃତି ଓ ପଲାଶଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଖବର ଘୁରି ବୁଲୁଛି। ଯେମିତି କି ସ୍ମୃତି ଓ ପଲାଶଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି କି ଫାଟ? ଆଗକୁ ବିବାହ ହେବ କି ନାହିଁ? ବିବାହ ସ୍ଥଗିତ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟା ନଆଉ କିଛି କାରଣ ରହିଛି?
ଅଧିକପଢ଼ନ୍ତୁ:ଛାତିରେ ପଶିଲା ବାସ୍କେଟବଲ୍ ପୋଲ୍, ଚାଲିଗଲା ଖେଳାଳିଙ୍କ ଜୀବନ
ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲେ ପଲାଶ ମୁଛଲଙ୍କ ମାଆ
ଲୋକଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ସ୍ମୃତିଙ୍କ ଭାବିସ୍ବାମୀ ପଲାଶ ମୁଛଲଙ୍କ ମାଆ ଅମିତା ମୁଛଲ କହିଛନ୍ତି, ‘ ବିବାହ ସ୍ଥଗିତ ରଖିବାର ନିଷ୍ପତ୍ତି ପ୍ରଥମେ ପୁଅ ପଲାଶ ନେଇଥିଲା। ପଲାଶ ନିଷ୍ପତ୍ତିରେ ମୋ ଭାବି ବୋହୂ ସହମତି ଦେଖାଇଥିଲେ। ପଲାଶ ସ୍ମୃତିଙ୍କ ବାପା ଶ୍ରୀନିବାସଙ୍କ ସହିତ ବହୁତ ନିକଟତର। ଯେତେବେଳେ ପଲାଶ ତାଙ୍କ ଭାବି ଶ୍ବଶୁରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇଥିଲେ ସେ ସଙ୍ଗେସଙ୍ଗେ ବିବାହ ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ଅଧାରୁ ଅଟକାଇ ଦେଇ ବିବାହକୁ ସ୍ଥଗିତ ରଖିବାକୁ କହିଥିଲା। ଆଉ କହିଥିଲା, ‘ଯେ ପର୍ଯ୍ୟନ୍ତ ଶ୍ବଶୁର ସୁସ୍ଥ ହୋଇ ନାହାନ୍ତି ସେ ବିବାହ କରିବ ନାହିଁ।
ଅସୁସ୍ଥ ଅଛନ୍ତି ପଲାଶ
ଏପଟେ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ପରେ ର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା। କାମ ଚାପ ହେତୁ ଭାଇରାଲ୍ ସଂକ୍ରମଣ ଏବଂ ଏସିଡିଟି ଯୋଗୁଁ ତାକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ପଲାଶ ବର୍ତ୍ତମାନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଅନ୍ୟଥା ଗୁଜବ ପ୍ରଚାର କରନ୍ତୁ ନାହିଁ। ଶ୍ରୀନିବାସ ଓ ପଲାଶ ସୁସ୍ଥ ହେଲେ ଯଥାଶୀଘ୍ର ବିବାହ ହେବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/new-project-2-2025-11-26-14-38-04.jpg)