ସଂସଦରେ ବସିଥିବା ବେଳର ୫ଟି ଭିନ୍ନ ଭଙ୍ଗୀର ଫଟୋକୁ କୋଲାଜ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଇନ୍ଷ୍ଟାଗ୍ରାମ୍ରେ କରିଥିବା ଏକ ପୋଷ୍ଟକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ସ୍ମୃତି ଗତ ରବିବାର ଏହି ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍ରେ ଲେଖିଛନ୍ତି, ‘୨୦୨୦ ମସିହା ସରିବାକୁ ଯେତେବେଳେ ତୁମେ ଅପେକ୍ଷା କରି ରହିଥିବ’। କରୋନା ମହାମାରୀ ସମୟରେ ସମସ୍ତଙ୍କର ମୁଡ୍ ଏହିପରି ଉଦାସ ରହିଛି ବୋଲି ଏହି ଫଟୋ ଜରିଆରେ ସ୍ମୃତି ଜଣାଇବାକୁ ଚାହିଛନ୍ତି। ତାଙ୍କର ଏହି ସମୟୋପଯୋଗୀ ପୋଷ୍ଟକୁ ବହୁ ସଂଖ୍ୟାରେ ପ୍ରଶଂସକ ପସନ୍ଦ କରିଥିବା ବେଳେ ଛୋଟ ପରଦାର କଳାକାର ହିନା ଖାନ୍, ମନ୍ଦିରା ବେଦି, କରିସ୍ମା ତାନା, ରାଜେଶ ଖଟ୍ଟର ଓ ବଲିଉଡ୍ ଅଭିନେତା ସୋନୁ ସୁଦ୍ ପ୍ରମୁଖ ଏଥିରେ କମେଣ୍ଟ ଦେଇଛନ୍ତି।
୨୦୨୦ ଶ୍ରୀଘ୍ର ସରିବା ଅପେକ୍ଷାରେ ସ୍ମୃତି
/sambad/media/post_attachments/wp-content/uploads/2020/08/Smriti-Irani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)