କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମା’ ପୁରୁଣା ଫଟୋ ଦେଖାଇ ସ୍ମୃତିଙ୍କ ପୁରୁଣା ଦିନ ସ୍ମୃତିକୁ ତାଜା କରିଛନ୍ତି। ମା’ ଦେଖାଇଥିବା ମଡେଲିଂ ସମୟର ସେଇ ଫଟୋଟିକୁ ସ୍ମୃତି ଗୁରୁବାର ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଏହା ତାଙ୍କ ମା’ ସାଇତି ରଖିଥିବା କଥା ଉଲ୍ଲେଖ କରିଛନ୍ତି। ସ୍ମୃତି ଲେଖିଛନ୍ତି ଯେବେ ମା’ ନିଜର ଗୁପ୍ତ ସମ୍ପତ୍ତି ମଧ୍ୟରୁ ଫଟୋଟିକୁ ଦେଖାଇଲେ, ମୋର ଏହି ସମୟ ସହ ଜଡ଼ିତ ସମସ୍ତ ଭାବନା ଓ ସ୍ମୃତି ମନେ ପଡ଼ିଗଲା। ସେ ଏକଥା ବି ଲେଖିଛନ୍ତି, ଜଣେ ମା’ ତାଙ୍କ ପିଲାମାନଙ୍କ ସହ ସମ୍ପୃକ୍ତ ପ୍ରତିଟି କାଗଜ, ସ୍କୁଲ୍ ରିପୋର୍ଟ ଓ ଫଟୋ ଯତ୍ନର ସହ ମହଜୁଦ୍ ରଖନ୍ତି। ମତେ ଲାଗୁଛି ଆପଣଙ୍କ ମା’ ବି ଏମିତି କରୁଥିବେ ବୋଲି।
ସ୍ମୃତି ଇରାନୀଙ୍କୁ ମଡେଲିଂ ବେଳର ଦିନ ମନେ ପକାଇଲେ ମା’
/sambad/media/post_attachments/wp-content/uploads/2020/07/sm-299.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)