ମୁମ୍ବାଇ: 'କ୍ୟୁଙ୍କି ଶାଶ ଭି କଭି ବହୁ ଥି'-୨ର ଚର୍ଚ୍ଚା ଆରମ୍ଭ ହେବା ଦିନଠାରୁ ଦର୍ଶକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ଏ ପ୍ରଶ୍ନଟି ହେଉଛି ଅଭିନେତ୍ରୀ ତଥା ରାଜନେତ୍ରୀ ଥିବା ସ୍ମୃତି ଇରାନୀ କ’ଣ ରାଜନୀତିରୁ ଅବସର ନେବେ କି?
ଲୋକଙ୍କ ମନରେ ଉଙ୍କିମାରୁଥିବା ଏ ପ୍ରଶ୍ନର ଉତ୍ତର ଦେଇ ସ୍ମୃତି ଇରାନୀ ସ୍ପଷ୍ଟ ଭାବେ କହିଛନ୍ତି, ‘ମୋର ବୟସ ଏବେ ୪୯ବର୍ଷ। ଏ ବୟସରେ କିଏ କ’ଣ କୌଣସି କ୍ଷେତ୍ରରୁ ଅବସର ନିଅନ୍ତି କି। ଏ ବୟସରେ ତ ଅନେକଲୋକ ନିଜର କ୍ୟାରିୟର ଆରମ୍ଭ କରିଥାଆନ୍ତି। ସମୟରେ ଆପଣ ଆଶା କରି ନଥିବା ଜିନିଶ ଆସି ଆପଣଙ୍କ ପାଖରେ ପହଞ୍ଚି ଯାଇଥାଏ। ଏମିତି କିଛି ପରିସ୍ଥିତିର ମୁଁ ବି ସାମ୍ନା କରିଛି। ଦୀର୍ଘ ବର୍ଷ ପରେ ଧାରାବାହିକରେ ଅଭିନୟ କରିବାର ସୁଯୋଗ ଆସି ମୋ ପାଖରେ ପହଞ୍ଚିଥିଲା, ଏହାକୁ ବା ହାତଛଡ଼ା କିପରି କରି ପାରି ଥାଆନ୍ତି। ମୁଁ ରାଜନୀତିରେ ଏଥିପାଇଁ ପ୍ରବେଶ କରିଥିଲି କାରଣ ମୋତେ ଅନୁଭବ ହୋଇଥିଲା କି ସାମାଜରେ ଏମିତି କିଛି ଜିନିଷ ଅଛି ଯାହା ଉପରେ ଲୋକଙ୍କ ଧ୍ୟାନ ଯିବା ନିହାତି ଆବଶ୍ୟକ। ଏହା ରାଜନୀତି ମାଧ୍ୟମରେ ହେଉ ଅବା ଗଣମାଧ୍ୟମ ଜରିଆରେ ହେଉ।
୨୫ବର୍ଷ ପରେ ‘କ୍ୟୁଙ୍କି ଶାଶ ଭି କଭି ବୋହୂ ଥି’-୨ ଛୋଟ ପରଦାକୁ ଫେରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/25/new-project-16-2025-07-25-16-01-54.jpg)