ଜାହ୍ନବୀ କପୁର ‘ଆଣ୍ଟି’ ଡାକିବା ନେଇ ନିଜକୁ ନେଇ ଏପରି ମଜାକ୍‌ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ସଦାବେଳେ ନିଜର ମଜାଦାର ଅନ୍ଦାଜ ଓ ବୁଦ୍ଧି ହେତୁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ ପୁଣି ଥରେ ସୋସିଆଲ୍‌ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଚର୍ଚ୍ଚା ପାଲଟିଛନ୍ତି। ଏଥର ସ୍ମୃତିଙ୍କ ସହ ଦେଖିବାକୁ ମିଳିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର।

ଅଭିନେତ୍ରୀ ଜାହ୍ନବୀ ସ୍ମୃତିଙ୍କୁ ଆଣ୍ଟି ଡାକିଥିବାରୁ ସ୍କୃତି ଇରାନୀ ତାହାର ଉତ୍ତର ଏକଦମ ମଜାକିଆ ଢଙ୍ଗରେ ଦେଇଛନ୍ତି। ସ୍ମୃତି ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଲେଖିଛନ୍ତି କି ‘ କେହି ଜଣେ ମୋର ଭିଡିଓ କରିଛନ୍ତି। ସେହି ସମୟରେ ଯେବେ ଜାହ୍ନବୀ କପୁର ଲଗାତର ଆଣ୍ଟି ଡାକିଥିବାରୁ କ୍ଷମା ମାଚୁଛନ୍ତି ଓ ମୁଁ କହୁଛି କି ‘କିଛି କଥା ନାହିଁ ବେଟା, ଆଜିକାଲିର ପିଲା’।’

 

ସ୍ମୃତିଙ୍କ ଏହି ପୋଷ୍ଟ୍‍ରେ ଅନେକ ବ୍ୟବହାରକାରୀ ଅନେକ ମଜାକିଆ କମେଣ୍ଟ ସବୁ ଦେଇଛନ୍ତି। ସ୍ମୃତିଙ୍କ ମଜାକିଆ ଅନ୍ଦାଜର ଉତ୍ତରକୁ ଅନେକ ବ୍ୟବହାରକାରୀ ପ୍ରଶଂସା ବି କରିଛନ୍ତି।

ଏହି ପୋଷ୍ଟ୍‍ରୁ ସ୍ମୃତିଙ୍କୁ ଯେତିକି ଜାଣି ହୋଇଛି ସେ ଆଦୌ ବି ସିରିୟସ୍‌ ଧରଣର ନୁହଁନ୍ତି। ଏପରିକି ନିଜ ସହ ବି ମଜାକ କରିବାକୁ ସେ ପଛଘୁଞ୍ଚା ଦିଅନ୍ତି ନାହିଁ।

ସମ୍ବନ୍ଧିତ ଖବର