ନୂଆଦିଲ୍ଲୀ: ସାପର ନାମ ଶୁଣିଲେ ଲୋକେ ଭୟଭୀତ ହୋଇଯାଆନ୍ତି। କିନ୍ତୁ ଏମିତି କିଛି ସାହସୀ ଲୋକ ଅଛନ୍ତି ଯେଉଁମାନେ ସାପକୁ ଭୟ କରନ୍ତି ନାହିଁ । ପ୍ରାୟତଃ ଏପରି ଲୋକଙ୍କୁ ସାପ ସହିତ ଖେଳୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ବେଳେବେଳେ ଲୋକଙ୍କୁ ସାପ ସହିତ ଖେଳିବା ମହଙ୍ଗା ପଡ଼ି ଯାଇଥାଏ। ନିକଟରେ, "ବିଚ୍ ଡୋଣ୍ଟ ବି ମ୍ୟାଡ" ଗୀତର ଗାୟିକା ମାଏତା ଏକ ଭିଡିଓର ଗୀତ ସୁଟିଂ କରୁଥିବା ସମୟରେ ସାପ ଚେଟର ଶିକାର ହୋଇଥିଲେ। ୨୧ ବର୍ଷ ବୟସ୍କା ଗାୟିକା ଟ୍ୱିଟରରେ ଏହି ମୁହୂର୍ତ୍ତର ୫ ସେକେଣ୍ଡର ଏକ କ୍ଲିପ୍ ପୋଷ୍ଟ କରି ଲେଖିଛନ୍ତି, “ଆଉ କେବେ ନୁହେଁ.’’
never again pic.twitter.com/Mx85NsvZVi
— Maeta (@Maetasworld) December 19, 2021
ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଗାୟିକାଙ୍କୁ ଏକ କଳା ରଙ୍ଗର ପୋଷାକ ପିନ୍ଧି ତଳେ ଶୋଇ ଗୀତର ସୁଟିଂ କରୁଥିବା ଦେଖିବାକୁ ମିଳୁଛି।। ସୁଟିଂ ପାଇଁ ଯେମିତି ହିଁ ତାଙ୍କ ଉପରେ ସାପକୁ ରଖା ଯାଇଥିଲା ସେ ହସିବାକୁ ଲାଗିଥିଲେ। ତାଙ୍କ ଉପରେ ଦୁଇଟି ସାପ ଗୋଟିଏ ଧଳା ଓ ଆଉ ଗୋଟିଏ କଳା ରଙ୍ଗର ସାପ ରଖାଯାଇଥିଲା। ଧଳା ସାପ ରଖା ଯାଇ ଯେମିତି ହିଁ କଳା ସାପକୁ ରଖା ଯାଇଥିଲା, ଉକ୍ତ କଳା ସାପଟି ତାଙ୍କୁ ଦଂଶନ କରିଥିଲା। ଏହି ବିପଜ୍ଜନକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା।
ଡିସେମ୍ବର ୨୦ ରେ ଟ୍ୱିଟରରେ ପୋଷ୍ଟ ହେବା ପରେ ଏହି ଭିଡିଓକୁ ହଜାରରୁ ଊର୍ଧ୍ବ ଥର ଦେଖା ଯାଇ ସାରିଲାଣି।