ପୁଣି ଚର୍ଚ୍ଚାରେ ସୋନା, ରାମ ‌ଗୋପାଳ ବର୍ମାଙ୍କ ଟ୍ବିଟ୍‌ର ଦେଲେ ଏପରି ଜବାବ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର। ସିନେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ଏକ ଟ୍ବିଟ୍‌ର ଜବାବ ଦେଇ ପୁଣି ଥରେ ଲୋକଙ୍କ ନଜରକୁ ଆସିଛନ୍ତି କିଛି ଦିନ ଅନ୍ତରରେ ଥରେ ନିଶ୍ଚିତ ଭାବେ ଚର୍ଚ୍ଚା ପାଲଟୁଥିବା ସୋନା।

ରାମ ଗୋପାଲ ବର୍ମା ତାଙ୍କ ଟ୍ବିଟର୍‌ରେ ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋରେ ମଦ ଦୋକାନ ସାମ୍ନାରେ କିଛି ମହିଳା ଧାଡ଼ି ଲଗାଇଥିବାର ଦେଖିବାକୁ ମିଳିଛି। ସେଥିରେ ସେ ଲେଖିଛନ୍ତି, ‘ମଦ‌ ଦୋକାନରେ କିଏ ଧାଡ଼ିରେ ଛିଡ଼ା ହୋଇଛନ୍ତି ଦେଖ। ମଦ୍ୟପ ପୁରୁଷଙ୍କ କବଳରୁ ମହିଳାଙ୍କ ବଞ୍ଚାଇବା ପାଇଁ ଏହା ଯଥେଷ୍ଟ।’

ଏହି ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ରାମ ଗୋପାଳ ବର୍ମାଙ୍କୁ ନିନ୍ଦା କରିଛନ୍ତି ସୋନା। ସେ କହିଛନ୍ତି କି କିଏ କହିଲା ମହିଳାମାନଙ୍କର ମଦ କିଣିବାର ଅଧିକାର ନାହିଁ ବୋଲି। ପୁରୁଷଙ୍କ ପରି ମହିଳାଙ୍କର ବି ମଦ କିଣିବାର ଅଧିକାର ଅଛି। ମାତ୍ର ମଦ ପିଇ ହିଂସା ସୃଷ୍ଟି କରିବାର ଅଧିକାର କାହାର ବି ନାହିଁ।’

ସମ୍ବନ୍ଧିତ ଖବର