ମୁମ୍ବାଇ : ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ମଧ୍ୟରେ ରହିଛି ବଲିଉଡ୍ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ । ଦୁହିଁଙ୍କ ବିବାହ ତାରିଖକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଗତକାଲି ସବୁ ଚର୍ଚ୍ଚାର ଅନ୍ତ ଘଟିବା ସହ ଦୁହିଁଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଦୁହେଁ ନିଜ ନିଜର ଇନ୍ଷ୍ଟା ଆକାଉଣ୍ଟରୁ ବିବାହର ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ନଭେମ୍ବର୧୫ରେ ଦୁହେଁ ବିବାହ କରିବେ ବୋଲି ସ୍ପଷ୍ଟ କରିଥିଲେ । ତେବେ ଦୁହିଁ ଏହି ତାରିଖ ପଛରେ ଏକ ବଡ଼ କାରଣ ରହିଥିବା ଆଲୋଚନା ହେଉଛି ।
/sambad/media/post_attachments/wp-content/uploads/2018/10/DEEPIKA-620x400-300x194.jpg)
ସୂଚନା ମୁତାବକ, ଦୁହେଁ ପ୍ରଥମ ଥର ପାଇଁ ଫିଲ୍ମ ରାମଲୀଲାରେ ସାଥୀରେ କାମ କରିଥିବା ବେଳେ ଫିଲ୍ମଟି ନଭେମ୍ବର୧୫,୨୦୧୩ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଦୁହିଁଙ୍କ ଯୋଡ଼ିକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ । ଖାସ୍ କରି ଏହି କାରଣ ପାଇଁ ଦୁହେଁ ନଭେମ୍ବର ୧୫ ତାରିଖ ବାଛିଛନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।