ହାଇଦ୍ରାବାଦ: ଲୋକପ୍ରିୟ କଳାକାର ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟ ଡିସେମ୍ବର ୪ରେ ବିବାହ କରିଥିଲେ | ପାରମ୍ପାରିକ ରୀତିନୀତି ଅନୁଯାୟୀ ଏହି ଦମ୍ପତି ପତି-ପତ୍ନୀ ହୋଇଥିଲେ। ବିବାହ ପରେ ଏବେ ଶୋଭିତା ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓଟି ବିବାହ ଦିନର। ବିବାହ ପାଇଁ ଶୋଭିତା ସଜ ହେଉଥିବା ବେଳର ଭିଡିଓ ତାଙ୍କ ମେକଅପ ଆର୍ଟିଷ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏବେ ତାହା ଭାଇରାଲ ହେଉଛି।
ଭିଡିଓରେ ଶୋଭିତା ବହୁତ ଖୁସି ଥିବା ଦେଖାଯାଇଛି। କ୍ୟାମେରା ଆଡକୁ ଦେଖି ସେ ଖୁସି ହୋଇ କହୁଛନ୍ତି, ଶ୍ରଦ୍ଧା(ଶୋଭିତାଙ୍କ ମେକଅପ ଆର୍ଟିଷ୍ଟ)...ମୋର ବିବାହ ହେଉଛି। ଏହା ପରେ ସେ ବାଜୁଥିବା ଗୀତ ଓ ଢ଼ୋଲରେ ନାଚୁଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ କିଛି ଏହାକୁ ପସନ୍ଦ କରିଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।
ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ ।