ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ, ଏବେ ହିମେଶଙ୍କ ଫିଲ୍ମରେ ମିଳିଲା ଗାଇବାର ସୁଯୋଗ

ମୁମ୍ବାଇ : ପଶ୍ଚିମବଙ୍ଗର ଏକ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲଙ୍କୁ ଏବେ ବଲିଉଡ୍‌ରୁ ଗାଇବାର ଅଫର ମିଳିଛି । ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ହିମେଶ ରେସ୍‌ମିଆ ରାନୁଙ୍କୁ ନିଜ ନୂଆ ଫିଲ୍ମରେ ଏକ ଗୀତ ଗାଇବାର ଅଫର ଦେଇଥିବା ଜଣା ପଡ଼ିଛି । ଏହା ସହ ରାନୁ ରିୟାଲିଟି ସୋ’ ସୁପରଷ୍ଟାର ସିଙ୍ଗର ନାମକ ସୋ’ରେ ନଜର ଆସିବା ନେଇ ସୂଚନା ମିଳିଛି । ସୋ’କୁ ଆସି ସେ ହିମେଶ ଓ ଅନ୍ୟ ଜଜ୍‌ଙ୍କ ସହ ସାକ୍ଷାତ କରିବା ସହ ପ୍ରତିଯୋଗୀମାନଙ୍କୁ ମଧ୍ୟ ଦେଖା କରିବେ ।

Related image
timesnownews.com

ହିମେଶଙ୍କ ଅନୁଯାୟୀ, ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ବାପା ସଲିମ ଖାନ୍‌ ଦିନେ ମୋତେ କହିଥିଲେ, ଯେତେବେଳେ ତୁମେ ଏକ କୁଶଳୀ ମଣିଷକୁ ଭେଟିବ, ତାକୁ ଯିବାକୁ ଦେବ ନାହିଁ । ଯଦି ସେହି ବ୍ୟକ୍ତି ପାଖରେ ଆଗକୁ ବଢ଼ିବାର କୌଣସି ସୁଯୋଗ ନାହିଁ, ତେବେ ତାକୁ ସୁଯୋଗ ଦେବା ସହ ଆଗକୁ ବଢ଼ିବାକୁ ବାଟ ଦେଖାଇବ । ରାନୁଜୀଙ୍କ କଣ୍ଠରୁ ଲତାଜୀଙ୍କ ଗୀତ ଶୁଣିବା ପରେ ତାଙ୍କୁ ଆଗକୁ ଗାଇବାର ସୁଯୋଗ ଦେବା ଦରକାର ବୋଲି ମୁଁ ଚିନ୍ତା କରିଥିଲି । ଯାହା ପାଇଁ ମୁଁ ଏବେ ତାଙ୍କୁ ମୋ ନୂଆ ଫିଲ୍ମରେ ଗାଇବାର ସୁଯୋଗ ଦେଉଛି । ଏପରି ହେଲେ ଅଧିକରୁ ଅଧିକ ଲୋକଙ୍କ ପାଖରେ ତାଙ୍କ ସଙ୍ଗୀତ ପହଞ୍ଚି ପାରିବ ।

ସମ୍ବନ୍ଧିତ ଖବର