ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବାକୁ ନେଇ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଦାୟୀ କଲେ ଲୋକେ

ମୁମ୍ବାଇ : ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରଠାରୁ ଦେଶବାସୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଲାଗୁ ହେଉଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିବା ବେଳେ କିଛି ଦିନ ମଧ୍ୟରେ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜଣ ଜଣଙ୍କଠାରୁ ୪୭,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛନ୍ତି ଟ୍ରାଫିକ ପୁଲିସ । ତେବେ ଏଭଳି ପରିସ୍ଥିତି ଦେଖି ଲୋକେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଏ ନେଇ ଦାୟି କରୁଛନ୍ତି ।

mahesh babu
amarujala.com

ସୂଚନା ମୁତାବକ, ଫିଲ୍ମ ଭାରତ ଆନେ ନେନୁରେ ମହେଶ ବାବୁ ମୁଖ୍ୟମନ୍ତ୍ରୀ ବନିଥିଲେ । ବାହାରେ ରହି ପାଠ ପଢ଼ୁଥିବା ମହେଶ ବାବୁ ଭାରତ ଫେରିବା ପରେ ଟ୍ରାଫିକ ସମସ୍ୟା ଦେଖି ଓ ଲୋକେ କିଭଳି ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରୁଥିବା ଦେଖି ସେ ଟ୍ରାଫିକ ନିମୟରେ ପରିବର୍ତ୍ତନ କରିଥିଲେ । ଟ୍ରାଫିକ ପୁଲିସ ପକ୍ଷରୁ ଲଗାଯାଉଥିବା ଜରିମାନାକୁ ବଢ଼ାଇ ଦେବା ପରେ ସହରର ସ୍ଥିତି ସୁଧୁରିଥିଲା ବୋଲି ଫିଲ୍ମରେ ଦେଖାଯାଇଥିଲା । ଏବେ ବାସ୍ତବରେ ଭାରତରେ ସେଭଳି କିଛି ହେଉଥିବା ଦେଖି ଲୋକେ ମହେଶ ବାବୁଙ୍କୁ ଏ ନେଇ ଦାୟୀ କରୁଛନ୍ତି । ତାଙ୍କ ଫିଲ୍ମରୁ ଆଇଡିଆ ନେଇ ସରକାର ଏଭଳି ନିୟମ ତିଆରି କରିଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର