ଇଫ୍‌ତାର୍‌ ପାର୍ଟିରେ ଗୀତ ବଜାଇ ନାଚି ଲୋକହସା ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ପ୍ରତି ରବିବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ସଣ୍ଡେ ବିଜ’୍‌ ନାମରେ ଭିଡ଼ିଓ ଅପ୍‌ଲୋଡ଼ କରିଥାନ୍ତି । ଗତ ରବିବାର ମଧ୍ୟ ଶିଲ୍ପା ଏକ ଭିଡ଼ିଓ ଅପ୍‌ଲୋଡ଼ କରିବା ସହ ନିଜର କିଛି ସାଙ୍ଗଙ୍କ ଇଫ୍‌ତାର୍‌ ପାର୍ଟି ପାଳନ କରିଥିଲେ । ଏହି ସମୟରେ ଶିଲ୍ପା ‘ଅଫଲାତୁନ୍‌’ ଗୀତରେ ନାଚୁ ଥିବାର ଦେଖାଯାଇଥିଲା । ଯେଉଁଥି ପାଇଁ ଏବେ ତାଙ୍କୁ ଲୋକହସା ହେବାକୁ ପଡ଼ିଛି। ତାଙ୍କ ଫ୍ୟାନମାନେ ଶିଳ୍ପାଙ୍କୁ ଭିନ୍ନ ଧର୍ମର ସମ୍ମାନ କରନ୍ତୁ ବୋଲି କମେଣ୍ଟ କରିଛନ୍ତି ।

ଶିଲ୍ପା ତାଙ୍କର ‘ସଣ୍ଡେ ବିଜ’୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ସହ ତାଙ୍କ ପ୍ରଶଂସକଙ୍କୁ ତାହାର ଭିଡ଼ିଓ ପ୍ରସ୍ତୁତ କରି ଦେଖାଇଥାନ୍ତି । ଏହି ରବିବାର ଶିଲ୍ପା ତାଙ୍କର କିଛି ସାଙ୍ଗଙ୍କ ସହ ଇଫ୍‌ତାର୍‌ ପାର୍ଟି ପାଳନ କରିବା ସହ ‘ଆଫ୍‌ଲାତୁନ୍‌ ମିଠା ଏବଂ ଫାଲୁଦା କେକ୍‌’ ଖାଇଥିଲେ । ଠିକ୍‌ ସେହି ସମୟରେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ରର ‘ଅଫ୍‌ଲାତୁନ’୍‌ ଗୀତ ବାଜିଥିଲା । ଯେଉଁଥିରେ ସେଠାରେ ଉପସ୍ଥିତ ସମସ୍ତେ ନାଚିବାକୁ ଲାଗିଥିଲେ । ଏହାକୁ ଦେଖି ପ୍ରଶଂସକ ଶିଲ୍ପାଙ୍କୁ ‘ଇଫ୍‌ତାର୍‌ ପାର୍ଟିରେ ଗୀତ ବଜାଯାଏ ନାହିଁ’ କହିବା ସହ କାହାର ପରମ୍ପରାର ଏପରି ଉପହାସ କରିବା ଉଚିତ୍‌ ନୁହଁ ବୋଲି କହିଥିଲେ । ଏଥି ସହ କିଛି ପ୍ରଶଂସକ ‘ଆପଣ ମୁସଲମାନ ନୁହଁନ୍ତି କିନ୍ତୁ ତାହା ଅର୍ଥ ନୁହଁ ଆପଣ ମୁସଲ୍‌ମାନଙ୍କ ଭାବନା ସହ ଏପରି ଉପହାସ କରିବେ’ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର