ସୋସିଆଲ ମିଡ଼ିଆରେ ଏହି ଅଭିନେତ୍ରୀଙ୍କୁ ଗୋଟେ ରାତିର ମୂଲ୍ୟ ପଚାରିଲେ ପ୍ରଶଂସକ, ପ୍ରଶ୍ନ ଦେଖି ଏଭଳି ଉତ୍ତର ରଖିଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ, ମଡ଼େଲ ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହୟାତ୍‌ ପ୍ରତି ଥର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥିବା ସୋଫିଆ ଏବେ ନିଜ ପ୍ରତି ହୋଇଥିବା ଅସମ୍ମାନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୋସିଆଲ ମିଡ଼ିଆରେ ଜଣେ ବ୍ୟବହାରକାରୀ ସୋଫିଆଙ୍କୁ ପଚାରିଥିବା ପ୍ରଶ୍ନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜଣେ ବ୍ୟବହାରକରୀ ସୋଫିଆଙ୍କୁ ଅଶ୍ଲୀଳ ବାର୍ତ୍ତା ପଠାଇବା ସହ ଗୋଟେ ରାତି ପାଇଁ କେତେ ଟଙ୍କା ନେବ ବୋଲି ପଚାରିଥିଲେ । ଏହି ବାର୍ତ୍ତା ପାଇ ସୋଫିଆ ରାଗି ଉଠିବା ସହ ଉକ୍ତ ବ୍ୟବହାରକରୀଙ୍କୁ କଡ଼ା ଯବାବ ଦେଇଥିଲେ । ଏହା ସହ ବ୍ୟବହାରକାରୀ କରିଥିବା ବାର୍ତ୍ତାର ଏକ ସ୍କ୍ରିନ୍‌ସଟ୍‌ ନେଇ ସେ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ । ବ୍ୟବହାରକାରୀଙ୍କ ଅଶ୍ଲୀଳ ବାର୍ତ୍ତାର ଉତ୍ତର ରଖି ସୋଫିଆ, ପ୍ରଥମେ ନିଜ ମା’ ତା’ପରେ ନିଜ ଭଉଣୀ ଏବଂ ଶେଷରେ ନିଜ ସ୍ତ୍ରୀକୁ ଏହି ପ୍ରଶ୍ନ ପ୍ରଥମେ ପଚାର, ତା’ ପରେ ମୋତେ ପଚାରିବୁ ବୋଲି ଲେଖିଥିଲେ ।

India Today

ସୋଫିଆଙ୍କ ଏହି କଡ଼ା ଜବାବ ପରେ ବ୍ୟବହାରକାରୀ ଜଣଙ୍କ ଚୁପ୍‌ ରହି ନଥିଲେ । ସେଫିଆଙ୍କ ଉତ୍ତର ଦେଖି ମୋ ମା’, ଭଉଣୀ ଏବଂ ସ୍ତ୍ରୀ ତୁମ ଭଳି ଅଙ୍ଗ ପ୍ରଦର୍ଶନ କରନ୍ତି ନାହିଁ ବୋଲି ବ୍ୟବହାରକାରୀ ଜଣଙ୍କ ଜବାବ ଦେଇଥିଲେ । ବ୍ୟବହାରକାରୀଙ୍କ ଏପରି ଜବାବ ଦେଖି ସୋଫିଆ, ତୁମ ମୁଣ୍ଡରେ ଭର୍ତ୍ତି ଥିବା ଏହି ଖରାପ ଭାବନାକୁ ଦୂର କରିବା ନିତାନ୍ତ ଆବଶ୍ୟକ । ତୁମ ଜୀବନରେ କ’ଣ ରମ୍‌ଜାନର କୌଣସି ଗୁରୁତ୍ୱ ନାହିଁ ବୋଲି ଲେଖିଥିଲେ । ଏହା ପ୍ରଥମ ନୁହଁ । ଏହା ପୂର୍ବରୁ ଜଣେ ବ୍ୟବହାରକାରୀ ୨୦ଲକ୍ଷ ଟଙ୍କା ଦେଇ ତାଙ୍କ ସହ ରାତି ବିତାଇବାକୁ ଅଫର ଦେଇଥିଲେ ।

ସମ୍ବନ୍ଧିତ ଖବର