ମୁମ୍ବାଇ: ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହନ୍ତି। ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିବା ସୋମି ଅଲି ଏବେ ସଲମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସଲମାନ ଝିଅମାନଙ୍କ ସହ ରାତି କଟାଇବାକୁ ଭଲପାଆନ୍ତି ଓ କୌଣସି ଝିଅ ତାଙ୍କ ସହ ୭ବର୍ଷରୁ ଅଧିକ ରହିପାରନ୍ତି ନାହିଁ ବୋଲି କହିଛନ୍ତି ସୋମି।
ଜାତୀୟ ଗଣମାଧ୍ୟମ ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ବହୁ ବର୍ଷ ଧରି ଅଭିନୟରେ ସକ୍ରିୟ ନଥିଲେ ବି ଆମେରିକାରେ ମୋର ଏନଜିଓ ପାଇଁ କାମ କରୁଛି | ହେଲେ ଆଜି ବି ଲୋକମାନେ ମୋତେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଭାବରେ ଜାଣନ୍ତି। ଏହା ମୋ ପାଇଁ ସବୁଠାରୁ ବଡ ଅଭିଶାପ | ମୁଁ ଆମେରିକାରେ ବହୁତ ଭଲ କାମ କରିଛି ଏବଂ ବହୁତ କିଛି ହାସଲ କରିଛି । କିନ୍ତୁ ତଥାପି ଲୋକମାନେ ମୋତେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଭାବରେ ଚିହ୍ନିଛନ୍ତି | ସଲମାନ ୬୦ବର୍ଷର ହେବାକୁ ଯାଉଥିଲେ ବି ମୋ ପଛରେ ପଡ଼ିଛନ୍ତି। ଇଣ୍ଡଷ୍ଟ୍ରିର ଲୋକମାନଙ୍କୁ ମୋ ସହ କଥା ହେବାକୁ ମନା କରୁଛନ୍ତି।
ସଲମାନଙ୍କ ସହ ତାଙ୍କ ସମ୍ପର୍କର ବିଷୟରେ ଜଣାଇ ସୋମି କହିଛନ୍ତି - ସଲମାନଙ୍କ ଏକ ଢ଼ାଞ୍ଚା ଅଛି। ସେ ପ୍ରତ୍ୟେକ ଝିଅଙ୍କ ସହିତ ସାତ ବର୍ଷ ରହନ୍ତି | କାରଣ ସଲମାନଙ୍କ ଅସଲ ମୁଖା ବିଷୟରେ ଜାଣିବା ପାଇଁ ସେମାନଙ୍କୁ ୭ବର୍ଷ ଲାଗେ। କୌତୁହଳର ବିଷୟ ହେଉଛି ସଲମାନ କେବେବି ସମ୍ପର୍କ ଭାଙ୍ଗନ୍ତି ନାହିଁ । ଝିଅମାନେ ହିଁ ତାଙ୍କୁ ଛାଡ଼ି ଚାଲିଯାଆନ୍ତି। ମୁଁ ସଲମାନଙ୍କୁ ଛାଡ଼ିଥିଲି, କାରଣ ସେ ଅନେକ ଝିଅଙ୍କ ସହ ରାତି କଟାଉଥିଲେ। ଏହା ସହ ତାଙ୍କ ଜୀବନକୁ 'ଐଶ' ନାମକ ଜଣେ ଯୁବତୀ ବି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/05/iwz9yCRMtKy5ojtojI8f.jpg)