ମୁମ୍ବାଇ: ଚର୍ଚ୍ଚାରେ ୯୦ଦଶକର ଜଣେ ଜଣାଶୁଣା ଅଭିନେତ୍ରୀ ସୋମି ଅଲି ।  କିଛି ଦିନ ତଳେ ସୋମି ଅଲି, ସଲମାନ ଖାନଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ଥରେ ସେ ଏନେଇ ମୁହଁ ଖୋଲିଛନ୍ତି। ନିକଟରେ ସେ ବଲିଉଡ ସୁପରଷ୍ଟାର ସଲମାନଙ୍କୁ ନେଇ ଅନେକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟଗୁଡିକ ମାଧ୍ୟମରେ ସୋମି ଅଲି ସଲମାନଙ୍କ ବିରୋଧରେ ଅନେକ ବଡ଼ ଏବଂ ଗମ୍ଭୀର ଅଭିଯୋଗ ଆଣିଥିଲେ। ହେଲେ ତାଙ୍କୁ ଏଥିପାଇଁ ଟ୍ରୋଲ ହେବାକୁ ପଡ଼ିଥିଲା। ଚର୍ଚ୍ଚିତ ହେବା ପାଇଁ ସୋମି, ସଲମାନଙ୍କ ଉପରେ ଏଭଳି ଆରୋପ ଲଗାଉଥିବା କହି ସଲମାନଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିଥିଲେ। ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୋମି।

Advertisment

ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଚର୍ଚ୍ଚିତ ହେବା ପାଇଁ ମୁଁ କିଛି କରିନାହିଁ। କିଛି ବର୍ଷ ତଳେ ପାକିସ୍ତାନର ଜଣେ ରୋଷେୟା ମୋ ସହ ଅସଦାଚରଣ କରିଥିଲେ, ଯାହାକୁ ମୁଁ ବିରୋଧ କରିଥିଲି। ଯଦି ମୁଁ କେବଳ ସୁପରଷ୍ଟାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିବାକୁ ଚାହିଁଥାନ୍ତି, ତେବେ ଜଣେ ସାଧାରଣ ରୋଷେୟା ବିରୋଧରେ ମୁହଁ ଖୋଲିନଥାନ୍ତି। ମୋ ସହ କମ ବୟସରେ ଯାହା ଘଟିଥିଲା, ତାହା କାହା ସହ ନଘଟୁ ବୋଲି ମୁଁ ଚାହୁଁଥିବାରୁ 'ନୋ ମ‌ୋର ଟିୟର୍ସ' ନାମକ ଏନଜିଓ ଆରମ୍ଭ କରିଥିଲି। ଏହି ଏନଜିଓ ମାଧ୍ୟମରେ ମୁଁ ମାନବ ଚାଲାଣ ଏବଂ ଘରୋଇ ହିଂସାର ଶିକାର ହୋଇଥିବା ଶିଶୁ ଏବଂ ମହିଳାମାନଙ୍କୁ ମୁଁ ଉଦ୍ଧାର କରୁଛି। ଏଭଳି ହିଂସାକୁ ନେଇ ମୁଁ ଡିସ୍କଭରୀ ପ୍ଲସରେ 'ଫାଇଟ୍ ଅର୍ ଫ୍ଲାଇଟ' ସିରିଜ୍ ଆରମ୍ଭ କରିଥିଲି। ହେଲେ ସଲମାନ ଏହାକୁ ବନ୍ଦ କରିଦେଲେ।

View this post on Instagram

A post shared by Somy Ali (@realsomyali)

ସେ ଆହୁରି କହିଛନ୍ତି ଯେ, ପ୍ରେମ ସମ୍ପର୍କରେ ଥିବା ବେଳେ ମୁଁ ସଲମାନଙ୍କ ଦ୍ବାରା ଶାରୀରିକ ଓ ମାନସିକ ହିଂସାର ଶିକାର ହୋଇଥିଲି। ୨୦ବର୍ଷ ପରେ ମୁଁ ଚାହୁଁଛି ଯେ, ସଲମାନ ମୋତେ ଏଥିପାଇଁ କ୍ଷମା ମାଗନ୍ତୁ। ପୂର୍ବରୁ ମୁଁ ତାଙ୍କୁ କିଛି କହିନଥିଲି। ତାଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା। ହେଲେ ୨୦ବର୍ଷ ପରେ ‌ସେ ପୁଣି ମୋ ପଛରେ ଲାଗିଛନ୍ତି। ଡିସ୍କଭରୀ ପ୍ଲସରେ ପ୍ରସାରିତ ହେଉଥିବା ମୋର ସୋ’ 'ଫାଇଟ୍ ଅର୍ ଫ୍ଲାଇଟ'କୁ ଚ୍ୟାନେଲ ସହ କଥା ହୋଇ ସେ ଭାରତରେ ଏହାର ପ୍ରସାରଣ ନିଷେଧ କରିଛନ୍ତି। ଫାଇଟ୍ ଅର୍ ଫ୍ଲାଇଟ ଦ୍ୱାରା ଆମେ ଅନେକ ଶିଶୁ, ମହିଳା ଏବଂ ପୁରୁଷଙ୍କ ଜୀବନ ରକ୍ଷା କରିପାରିଥାନ୍ତୁ। କିନ୍ତୁ ସଲମାନ ଏହା ହେବାକୁ ଦେଲେ ନାହିଁ। ମୁଁ ଚାହୁଁଛି ସଲମାନ ମୋତେ କ୍ଷମା ମାଗନ୍ତୁ ଏବଂ 'ଫାଇଟ୍ ଅର୍ ଫ୍ଲାଇଟ' ଭାରତରେ ପ୍ରସାରଣ ହେଉ।