ନୂଆବର୍ଷରେ ବିକିନି ଫଟୋ ସେୟାର୍‌ କରି ଟ୍ରୋଲ୍‌ ହେଲେ ସୋନା ମହାପାତ୍ର

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର କିଛି ଦିନ ଅନ୍ତରରେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସୋନା ଟ୍ବିଟ୍‌ରରେ ଦେଇଥିବା ତାଙ୍କର କିଛି ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋନା ବିକିନି ପିନ୍ଧି ଅପ୍‌ଲୋଡ କରିଥିବା କିଛି ଫଟୋକୁ କେହି କେହି ପ୍ରଶଂସା କରିଛନ୍ତି ତ ପୁଣି କେହି ସମାଲୋଚନା।

ସୋନାଙ୍କ ଏହି ଫଟୋରେ ତାଙ୍କର କିଛି ପ୍ରଶଂସକ ଲଭ୍‌, ନିଆଁ ପରି ସକାରାତ୍ମକ ଇମୋଜି ଦେଇଥିବା ବେଳେ ଆଉ କେହି କୈଳାଶ ଖୈର୍‌ ଓ ଅନ୍ନୁ ମଲ୍ଳିକଙ୍କ ନାମରେ ସୋନା ଆଣିଥିବା #ମିଠୁ ଅଭିଯୋଗକୁ ସଂଯୋଗ କରି ନକାରାତ୍ମକ କମେଣ୍ଟ୍‌ ଦେଇଛନ୍ତି। କେହି କେହି ଲେଖିଛନ୍ତି ଯେ ଛୋଟ କପଡ଼ା ପିନ୍ଧି #ମିଠୁ ଅଭିଯୋଗ ଆଣୁଛ?

ସୋନା ନିଜ ଫଟୋକୁ ନେଇ ଟ୍ରୋଲ୍‌ ହେବା ପରେ ଟ୍ବିଟ୍‌ରରେ ତାହାର  ଜବାବ ଦେଇଛନ୍ତି। ସେ କହିଛନ୍ତି, ‘କମ୍‌ କପଡ଼ା ପିନ୍ଧିବା ପାଇଁ କୌଣସି ମହିଳାକୁ ଆକ୍ରମଣ କରିବାର ଅଧିକାର କାହାକୁ ବି ଦିଆଯାଇ ନାହିଁ। ସୋନା ମହାପାତ୍ର ଇଣ୍ଡଷ୍ଟ୍ରିର କିଛି ଏପରି ମହିଳାଙ୍କ ଭିତରୁ ଜଣେ, ଯିଏକି ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ସ୍ବର ଉଠାଇଥିଲା।’

ଉଲ୍ଲେଖଯୋଗ୍ୟ, ଅତୀତରେ ସୋନା ଗାୟକ  କୈଳାସ ଖେରଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ କି ଥରେ ସେ ତାଙ୍କ ସହ  ଗୀତ ଗାଉଥିବା ବେ‌ଳେ କୈଳାସ ଲଗାତର ତାଙ୍କ ଜଙ୍ଘ ଉପରେ ହାତ ମାରି ତାଙ୍କୁ ବହୁତ ସୁନ୍ଦର ବୋଲି କହୁଥିଲେ। ସେହିପରି ସଂଗୀତ ନିର୍ଦ୍ଦେଶକ ଅନ୍ନୁ ମଲ୍ଲିକଙ୍କ ନାମରେ ବି ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ ସୋନା। ଅନୁ ତାଙ୍କୁ ଏକ ଷ୍ଟୁଡିଓରେ ଦେଖିବା ପରେ କ୍ୟା ମାଲ୍ ହୈ ବୋଲି ଟିପ୍ପଣୀ କରିଥିଲେ।

ସମ୍ବନ୍ଧିତ ଖବର