ନେହାଙ୍କୁ ପ୍ରତିଯୋଗୀ ଚୁମ୍ବନ ଦେଉଥିବାର ଭିଡିଓକୁ ଟିଆରପି ପାଇଁ ବ୍ୟବହାର କରୁଥିବାରୁ ଚାନେଲ୍ ଉପରେ ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ଏକାକୀ ଲଢ଼େଇ କରି ଶେଷରେ ରିୟାଲିଟି ସୋ’ ଇଣ୍ଡିଆନ ଆଇଡଲର ବିଚାରକ ମଣ୍ଡଳୀରୁ ଅନୁ ମଲିକଙ୍କୁ ହଟାଇ ଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। #ମି ଠୁ ଅଭିଯାନରେ ଅନୁ ମଲିକଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଲାଗିଥିବା ସତ୍ତ୍ବେ ପୁଣି ଥରେ ତାଙ୍କୁ ସୋ’କୁ ଅଣାଯିବା ପରେ ସୋନା ଏ ନେଇ ବିରୋଧ କରିଥିଲେ। ବାରମ୍ବାର ବିରୋଧ କରିବା ପରେ ଅନୁଙ୍କୁ ସୋ’ର ନିର୍ମାତା ହଟାଇ ଦେଇଥିଲେ।

www.latestly.com

ଏବେ ସେ ପୁଣି ଥରେ ସୋନା ସୋନି ଟିଭିକୁ ଟାର୍ଗେଟ କରିଥିବା ଦେଖାଯାଇଛି। କିଛି ଦିନ ତଳେ କଣ୍ଠଶିଳ୍ପୀ ନେହାଙ୍କୁ ଜଣେ ପ୍ରତିଯୋଗୀ ଜୋର ଜବରଦସ୍ତ ଚୁମ୍ବନ ଦେଉଥିବାର ଭିଡିଓ ସେୟାର କରାଯାଇଥିଲା। ଏହାକୁ ନେଇ ଏବେ ସୋନା ଅପତ୍ତି ଉଠାଇଛନ୍ତି। ଲମ୍ବା ଫେସବୁକ୍ ପୋଷ୍ଟ କରି ସେ ସୋ’ର ନିର୍ମାତାଙ୍କୁ ଏ ନେଇ ବିରୋଧ କରିଥିବା ଦେଖାଯାଇଛି। ନିଜର ପ୍ରଚାର ପ୍ରସାର ପାଇଁ ଜଣେ ମହିଳା ପ୍ରତି ହେଉଥିବା ଅସଦାଚରଣକୁ  ବାରମ୍ବାର ଦେଖାଇବା ଉଚିତ୍ ନୁହେଁ ବୋଲି ଲେଖି ସେ ସୋ’ର ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି। କିଛି ଦିନ ତଳେ ନେହା ଚୁମ୍ବନ ଦେଇଥିବା ପ୍ରତିଯୋଗୀଙ୍କ ବିରୋଧରେ କୌଣସି ଏତଲା ଲେଖାଇ ନ ଥିବାରୁ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ତାଙ୍କୁ ଅନେକ କଥା ଶୁଣାଇଥିଲେ। ଏବେ ସୋନା ସେହି ଘଟଣାକୁ ନେଇ ସୋ’ର ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧିତ ଖବର