‘ମୁଁ ଅଭିଯୋଗକାରିଣୀ ନୁହେଁ ଅପରାଧୀ’, ମହିଳା ଆୟୋଗକୁ ସୋନା ମହାପାତ୍ରଙ୍କ ସମାଲୋଚନା

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ମାମଲାର ଫାଇଲକୁ ବନ୍ଦ କରିଥିଲେ । ଏହି ମାମଲାରେ କୌଣସି ପ୍ରମାଣ ମିଳି ନଥିବାରୁ  ରାଷ୍ଟ୍ରୀୟ ମହିଳା ଆୟୋଗ ଏପରି ପଦକ୍ଷେପ ନେଇଥିଲେ । କିନ୍ତୁ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି  କଣ୍ଠଶିଳ୍ପୀ ସୋନା ମହାପାତ୍ର  । ସେ କହିଛନ୍ତି, ରାଷ୍ଟ୍ରୀୟ ମହିଳା ଆୟୋଗ ଦେଇଥିବା ରିପୋର୍ଟରୁ ଏପରି ଲାଗୁଛି ଯେ ମୁଁ ଅଭିଯୋଗକାରିଣୀ ନୁହେଁ ବରଂ ଜଣେ ଅପରାଧୀ ।

୨୦୧୮ରେ କଣ୍ଠଶିଳ୍ପୀ ସୋନା ମହାପାତ୍ର ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ। କିନ୍ତୁ ଏବେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ମାମଲାର ଫାଇଲ୍ ବନ୍ଦ ହେବା ଖବର ସୋନାକୁ ଶକ୍ତ ଆଘାତ ଦେଇଛି। ତାଙ୍କ କହିବା ମୁତାବକ, ପ୍ୟାରିସରେ ଏକ ଇଭେଣ୍ଟ ଶେଷ କରିବା ପରେ ମୋତେ ଏହି ଖବର ମିଳିଥିଲା। ଏହା ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଯେଉଁ ପ୍ରମାଣ ନ ମିଳିବା କଥା ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା କହୁଛନ୍ତି, ତାହା ସଂପୂର୍ଣ୍ଣ ମିଛ। କାରଣ ମୁଁ ନିଜେ ତାଙ୍କୁ ଅନୁ ମଲିକ ବିରୋଧରେ ମୋର ବୟାନ ଦେଇଛି। ଯେତେବେଳେ ସେ ମୋତେ ଡ଼ାକିଛନ୍ତି ମୁଁ ଉପସ୍ଥିତ ରହିଛି। ସବୁପରେ ଏଭଳି ହୋଇଥିବାରୁ ମୁଁ ନିଜକୁ ଏବେ ଅପରାଧୀ ବୋଲି ଭାବୁଛି।

सोना ने आयोग की रिपोर्ट पर उठाए सवाल
oneindia.com

କେବଳ ସୋନା ନୁହଁନ୍ତି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମଧ୍ୟ ରାଷ୍ଟ୍ରୀୟ ମହିଳା ଆୟୋଗର ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର