ସୁଶାନ୍ତ ସିଂହ ରାଜପୁତଙ୍କ ବାବଦରେ ସଲମାନ୍ ଖାନ୍ ଟ୍ବିଟ୍ କରିବା ପରେ ଏହାକୁ ନେଇ ସୋନା ମହାପାତ୍ରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସଲମାନ୍ ଟ୍ବିଟ୍ରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏବେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ପରିବାରର ଏହି ଦୁଃଖରେ ଛିଡ଼ା ହେବା ଉଚିତ। ଏହାର ଜବାବରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଉକ୍ତି ଥିଲା, ବିଷାକ୍ତ ପୌରୁଷତ୍ବର ପୋଷ୍ଟର୍ ବୟ କେବଳ ନିଜର ଲୋକସମ୍ପର୍କ ପାଇଁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ଏହି ଉକ୍ତି ରଖିଛନ୍ତି।
କାରଣ ଅତୀତରେ ସେ ଅନ୍ୟମାନଙ୍କୁ ଭୟଭୀତ ଓ ଗାଳିଗୁଲଜ କରିବା ପାଇଁ ତାଙ୍କର ଡିଜିଟାଲ ପେଡ୍ ସେନାଙ୍କୁ ପଠାଇବାର ନଜିର ରହିଛି। ତେଣୁ ଏପରି କ୍ଷମା ମାଗିବାର ଆବଶ୍ୟକତା ନାହିଁ। ଯେତେବେଳେ ବି ସେ ଏମିତି ବିବାଦୀୟ ହୁଅନ୍ତି, ନିଜ ବାପାଙ୍କୁ ସାମ୍ନାକୁ ଆଣନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଜିମ୍ ତଥା ସ୍ବଜନତୋଷଣକୁ ନେଇ ମତ ଉଠିଥିବା ବେଳେ ଏହି ବିବାଦରେ ସଲମାନ ଖାନ୍, କରଣ ଜୋହର, ଏକତା କପୁରଙ୍କ ଭଳି କିଛି ବ୍ୟକ୍ତିଙ୍କୁ ନେଇ ବିବାଦୀୟ ମତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।