ମୁମ୍ବାଇ : ସୋନୁ ନିଗମଙ୍କ ପରେ ଏବେ ସଚ୍ଚିନ ତେନ୍ଦୁଲକରଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର । ସୋନୁ ନିଗମ ତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ତାଙ୍କ ସ୍ୱାମୀଙ୍କୁ ଉପଦେଶ ଦେଉଥିବା କଥା କହି ସୋନା ସୋନୁ ନିଗମଙ୍କୁ ଟୁଇଟ୍ କରି ଟାର୍ଗେଟ କରିଥିଲେ । ଏବେ ସେ କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଲକର କରିଥିବା ଟୁଇଟ୍ ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି ।
ସୂଚନା ମୁତାବକ, ଇଣ୍ଡିଆନ୍ ଆଇଡଲର ପ୍ରତିଯୋଗୀଙ୍କୁ ପ୍ରଶଂସା କରି ସଚ୍ଚିନ ଲେଖିଥିଲେ କି, ଇଣ୍ଡିଆନ୍ ଆଇଡଲର ପ୍ରତିଭାଶାଳୀ ପ୍ରତିଯୋଗୀମାନଙ୍କର ଗୀତ ସତରେ ମନ ଛୁଇଁବା ଭଳି । ରାହୁଲ, ଚେଲ୍ସି, ଦିବସ ଏବଂ ସନି ଦେଶର ଭିନ୍ନ ଭିନ୍ନ କୋଣରୁ ଆସୁଥିଲେ ମଧ୍ୟ ସଙ୍ଗୀତ ପାଇଁ ସମସ୍ତଙ୍କର ସମାନ ସମର୍ପଣ ରହିଛି । ମୋର ବିଶ୍ୱାସ କି ସେ ଲମ୍ବା ରାସ୍ତା ଅତିକ୍ରମ କରିବେ।

ସଚ୍ଚିନ୍ଙ୍କ ଏଭଳି ଟୁଇଟ୍ର ଜବାବ ରଖି ସୋନା ଲେଖିଛନ୍ତି କି, ପ୍ରିୟ ସଚ୍ଚିନ, କିଛି ମହିଳା ଓ ନାବାଳିକାଙ୍କ #ମି ଠୁ କାହାଣୀ ଆପଣ ଶୁଣିଛନ୍ତି କି? ଯାହା ଗତ ବର୍ଷ ଇଣ୍ଡିଆନ ଆଇଡଲର ଜଜ୍ ଅନୁ ମଲିକ୍ଙ୍କ ବିରୋଧରେ ଆସିଥିଲା । ତାଙ୍କର ଏଭଳି କାମ କ’ଣ କାହା ମନକୁ ଛୁଉଁ ନାହିଁ? ବୋଲି ପ୍ରଶ୍ନ କରିଥିଲେ ସୋନା ।