ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କ ନୂଆ ଗୀତ ‘ବେବି ଗୋଲ୍ଡ’

ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଗାୟିକି ‘ବେବି ଗୋଲ୍ଡ’ ଗୀତରେ ଶୁଣିବାକୁ ମିଳିଛି | ‘ବେବି ଗୋଲ୍ଡ’ ଗୀତଟି ଫିଲ୍ମ ଶାଣ୍ଢ କି ଆଁଖରେ ରହିଥିବାବେଳେ ସୋନାଙ୍କ ସହ ଜ୍ୟୋତିକା ଟାଙ୍ଗରୀଙ୍କ ସ୍ୱର ମଧ୍ୟ ଦର୍ଶକ ଶୁଣିବାକୁ ପାଇବେ | ଏହି ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଵିଶାଲ ମିଶ୍ର | ସେହିପରି ରାଜ ଶେଖର ଏହି ଗୀତଟିକୁ ଲେଖିଛନ୍ତି |


୮୦ ବର୍ଷୀୟ ବୁଢିମା ହୋଇ ପରଦାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ତାପସି ପନ୍ନୁ ଓ ଭୂମି ପେଦନେକର୍ । ମଧ୍ୟପ୍ରଦେଶର ପ୍ରସିଦ୍ଧ ସୁଟର୍ ଦାଦି ପ୍ରକାଶି ତୋମାର୍ ଓ ଚନେ୍ଦ୍ରା ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ ।

ଦିୱାଲି ଅବସରରେ ଏହି ଫିଲ୍ମ ପରଦାକୁ ଆସିବ । ବେବି ଗୋଲ୍ଡ ଗୀତରେ ତାପସୀ ଓ ଭୂମିଙ୍କ ମନମତାଣିଆ ଅଭିନୟ ଦେଖିବାକୁ ମିଳିଛି । ଏହି ସିନେମାର ନିଦେ୍ର୍ଦଶନା ଦେଇଛନ୍ତି ତୁଷାର୍ ହିରାନନ୍ଦାନି । ୨୫ ଅକ୍ଟୋବର୍ ଦୀପାବଳି ଅବସରରେ ଏହି ଫିଲ୍ମ ପରଦାକୁ ଆସିବ ।

ସମ୍ବନ୍ଧିତ ଖବର