ଘରେ ବସି ବସି ବୋର୍ ହେଉଥିବା ବଲିଉଡ୍ ଅଭିନେତା/ଅଭିନେତ୍ରୀମାନେ ଏବେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ କଥା ହେଉଛନ୍ତି। ଏହି ଅବସରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ନିଜ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିବା ପାଇଁ କହିଥିଲେ। ଜଣେ ୟୁଜର୍ ତାଙ୍କୁ ପ୍ରଶ୍ନ କଲେ, ସଂଜୀବନୀ ବୁଟି କିଏ ଆଣିଥିଲେ? ସୋନାକ୍ଷୀ ଏହାର ଜାବାବ ଟିକେ ଭିନ୍ନ ଢଙ୍ଗରେ ଦେଇଥିଲେ। ସେ କହିଲେ, ବହୁତ ଲୋକଙ୍କ ପାଖରେ ରାମାୟଣକୁ ନେଇ ଅନେକ ପ୍ରଶ୍ନ ଅଛି। ତେବେ ମୁଁ ସେମାନଙ୍କୁ କହିବି, ସଂପ୍ରତି ଦୂରଦର୍ଶନ ଦେଖନ୍ତୁ। ତାଙ୍କୁ ସେମାନଙ୍କ ଜବାବ ମିଳିଯିବ, ଜୟ ବଜରଙ୍ଗବଲି। ସୂଚନା ଥାଉକି, ମୁକେଶ ଖାନ୍ନା ଏକ ସାକ୍ଷାତକାରରେ କହିଥିଲେ, ରାମାୟଣ ଓ ମହାଭାରତର ପୁନଃ ପ୍ରସାରଣ ହେଲେ ସୋନାକ୍ଷୀଙ୍କ ଭଳି ଯୁବପିଢ଼ିମାନଙ୍କୁ ପୌରାଣିକ କଥା ବାବଦରେ କିଛି ଜ୍ଞାନ ମିଳିଯିବ। ପୂର୍ବରୁ ସୋନିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’କୁ ଯେବେ ସୋନାକ୍ଷୀ ଯାଇଥିଲେ, ଅମିତାଭ ବଚ୍ଚନ ତାଙ୍କୁ ସଂଜୀବନୀ ବୁଟି କିଏ ଆଣିଥିବା ପ୍ରଶ୍ନ ପଚାରିଥିଲେ। ସୋନାକ୍ଷୀ କିନ୍ତୁ ଏହାର ଜବାବ ଭୁଲ ଦେଇଥିଲେ। ଏହାକୁ ଇଙ୍ଗିତ କରି ମୁକେଶ ଖାନ୍ନାଙ୍କର ଜବାବ ଏକ ସାକ୍ଷାତକାରରେ ଏହିଭଳି ରହିଥିବା ବେଳେ ଆଜି ଜଣେ ୟୁଜର ମଧ୍ୟ ଏହି ପ୍ରଶ୍ନ ଉଠାଇଥିଲେ।
ସୋନାକ୍ଷୀଙ୍କୁ ୟୁଜର୍ ପଚାରିଲେ, ସଂଜୀବନୀ ବୁଟି କିଏ ଆଣିଥିଲେ?
/sambad/media/post_attachments/wp-content/uploads/2020/04/sonakhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)